ପ୍ରେମିକାଙ୍କୁ ହତ୍ୟା; ବିଷ ପିଇ ପ୍ରେମିକାର ଗଳା କାଟିଲା ପ୍ରେମିକ
15/09/2022 at 10:49 PM

ରାଉରକେଲା ୧୫/୦୯: ପ୍ରେମିକର ଛୁରାମାଡ଼ରେ ପ୍ରେମିକାଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଭୁତଲା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଷ ପିଇଥିବା ପ୍ରେମିକ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ହତ୍ୟାକାରୀ ପ୍ରେମିକଙ୍କ ପରିଚୟ ଶୁକ୍ରା ଓରାମ (୨୫)। ସେ ରାଉରକେଲା ବନ୍ଦମୁଣ୍ଡା ବରକାନୀ ଗାଁର ବାସିନ୍ଦା। ସେହି ଗାଁର ବାପ ମାଁ ଛେଉଣ୍ଡ ଝିଅ ଶାନ୍ତି (ଛଦ୍ମନାମ) ଓରାମ। ଶାନ୍ତି ତାଙ୍କ ଭଉଣୀ, ଭିଣୋଇଙ୍କ ସହିତ ଭୁତଲାରେ ରହୁଥିବା ବେଳେ ଶୁକ୍ରା ତାଙ୍କ ମାଉସୀ ଘରେ ସେଠାରେ ରହୁଥିଲେ। ସେମାନେ ଗୋଟିଏ ଗାଁର ହୋଇଥିବାରୁ ଦୁହେଁ ଦୁହିଁଙ୍କୁ ଜାଣିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। କିନ୍ତୁ ତାଙ୍କ ସମ୍ପର୍କକୁ ଶାନ୍ତିଙ୍କ ଭଉଣୀ, ଭିଣୋଇ ସ୍ବୀକୃତି ଦେଇନଥିଲେ।
ଶେଷରେ ଶାନ୍ତି ଶୁକ୍ରାଙ୍କ ଠାରୁ ସବୁ ସଂପର୍କ ତୁଟାଇ ଦେଇଥିଲେ। ଗୁରବାର ଶୁକ୍ରା ବିଷ ପିଇ ଶାନ୍ତି ପାଖକୁ ଯାଇଥିଲେ। ଶୁକ୍ରାକୁ ଦେଖି ଶାନ୍ତି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଶୁକ୍ରା ଛୁରୀରେ ପ୍ରେମିକା ଶାନ୍ତିର ବେକକୁ କାଟି ହତ୍ୟା କରିଛନ୍ତି। ଘଟଣା ସ୍ଥଳରେ ଶାନ୍ତିଙ୍କ ମୃତ୍ୟୁ ହୋଇଛି। ଶୁକ୍ରାଙ୍କୁ ଗୁରୁତର ଭାବେ ଚାନ୍ଦିପୋଷ ପରେ ରାଉରକେଲା ସରକାରୀ ଡ଼।କ୍ତଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଏହି ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।