‘ପୁଟିନ୍ଙ୍କୁ ଗିରଫ କରିବା ଉଦ୍ୟମ ଯୁଦ୍ଧର ଘୋଷଣା’, ଚେତାବନୀ ଦେଲେ ପୂର୍ବତନ ରୁଷିଆ ରାଷ୍ଟ୍ରପତି
23/03/2023 at 10:21 PM

ନୂଆଦିଲ୍ଲୀ, ୨୩/୦୩: ରାଷ୍ଟ୍ରପତି ପୁଟିନ୍ଙ୍କୁ ଗିରଫ କରିବାର କୌଣସି ବି ପ୍ରୟାସକୁ ରୁଷ ବିରୋଧରେ ଯୁଦ୍ଧ ବୋଲି ଦେଖାଯିବ। ଗୁରୁବାର ଏଭଳି କିଛି ଚେତାବନୀ ଦେଇଛନ୍ତି ରୁଷର ପୂର୍ବତନ ରାଷ୍ଟ୍ରପତି ତଥା ପୁଟିନ୍ଙ୍କ ଘନିଷ୍ଠ ସହଯୋଗୀ ଦିମିତ୍ରି ମେଦଭେଦେବ। ମେଦଭେଦେବ ଏବେ ରୁଷର ସୁକ୍ଷା ପରିଷଦର ଅଧ୍ୟକ୍ଷ ଅଛନ୍ତି।
ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ୟୁକ୍ରେନ୍ ‘ଗ୍ରେଟର ରୁଷିଆ’ ଏକ ଅଂଶ ଥିଲା। ସେ କହିଛନ୍ତି ତାଙ୍କୁ ନିକଟ ଭବିଷ୍ୟତରେ ପଶ୍ଚିମ ଦେଶଙ୍କ ପୁର୍ନଜୀବିତ କରିବାର କୌଣସି ସମ୍ଭାବନା ଦେଖାଯାଉନାହିଁ।
ସୂଚନାଥାଉ, ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ନିକଟରେ ପୁଟିନଙ୍କୁ ଗିରଫ ପାଇଁ ଏକ ଓ୍ବାରେଣ୍ଟ ଜାରି କରିଥିଲେ। ଏହି ଓ୍ବାରେଣ୍ଟ ୟୁକ୍ରେନ୍ ସହ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ଶିଶୁଙ୍କ ନିର୍ବାସନ ସମ୍ବନ୍ଧୀୟ ମାମଲାରେ ଜାରି କରାଯାଇଥିଲା। ଯାହାକୁ ନେଇ ରୁଷିଆ ପ୍ରତ୍ୟାଖ୍ୟାନ କରିବା ସହ ଏହାର ବୈଧତା ନେଇ ପ୍ରଶ୍ନ ଉଠାଇଥିଲା।
ରୁଷ ଗତ ବର୍ଷ ୨୪ ଫେବ୍ରୁଆରୀରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ଯୁଦ୍ଧର କିଛି ମାସରେ ନିରନ୍ତର ଆକ୍ରମଣ ପରେ ରୁଷର ଅନେକ ଅଞ୍ଚଳକୁ କବ୍ଜା କରିଥିଲା ରୁଷ, ଏହା ପରେ ରୁଷ ସେନାକୁ ୟୁକ୍ରେନ୍ର ଜବାବୀ ଆକ୍ରମଣ ସାମ୍ନାରେ ପଛକୁ ହଟିବାକୁ ପଡ଼ିଥିଲା। ଅବଶ୍ୟ ୟୁକ୍ରେନ୍ ସେନା ବଖମୁଟ ସହର ଆଖପାଖରେ ୟୁକ୍ରେନ ଉପରେ ଚାପ ରହିଛି।