କଂଗ୍ରେସ ନେତା ସାମ୍ ପିଟ୍ରୋଡାଙ୍କ ବିବାଦୀୟ ବୟାନ: ପୁଲଓ୍ବାମା ଘଟଣା ପରେ ପାକିସ୍ତାନ ଉପରେ ଆକ୍ରମଣ ଠିକ୍ ନୁହେଁ

Published By : Prameya-News7 Bureau | March 22, 2019 IST

ନୂଆଦିଲ୍ଲୀ ୨୨|୩ : ନେତା ହୋଇ ବୟାନ ଦେଇ ବିବାଦରେ ଫଶିଲେ । ଆଉ ବିବାଦ ପରେ ନିଜକୁ ସାଧାରଣ ଜନତା ଦର୍ଶାଇ ସ୍ପଷ୍ଟୀକରଣ ଦେଇଛନ୍ତି କଂଗ୍ରେସ ଅନ୍ତର୍ଜାତୀୟ ମୁଖ୍ୟ ସାମ୍ ପିଟ୍ରୋଡା । ପୁଲୱାମା ଓ ମୁମ୍ବାଇ ଆକ୍ରମଣକୁ ନେଇ ପିଟ୍ରୋଡା କହିଥିଲେ ମୁମ୍ବାଇ ଓ ପୁଲୱାମା ଆକ୍ରମଣ ବେଳେ ବେଳେ ହୋଇଥାଏ । କିନ୍ତୁ ଏହାକୁ ବାହାନା କରି ଏକ ଦେଶ ଉପରେ ଆକ୍ରମଣ କରିଦେବା ଠିକ୍ ନୁହେଁ । ଏକ ଦେଶରୁ କିଛି ଲୋକ ଆମ ଦେଶକୁ ଆସି ଏକ ଆତଙ୍କବାଦୀ ଆକ୍ରମଣ କରିବା ଅର୍ଥ ନୁହେଁ, ଉକ୍ତ ଦେଶ ହିଁ ଦାୟୀ ।

ମୁମ୍ବାଇ ଆକ୍ରମଣ ପରେ ଆମେ ଚାହିଁଥିଲେ ବିମାନ ନେଇ ପାକିସ୍ତାନ ଉପରେ ଆକ୍ରମଣ କରିଦେଇଥାନ୍ତୁ । କିନ୍ତୁ ତାହା ଉଚିତ୍ ପନ୍ଥା ନୁହେଁ । ଅଳ୍ପ କେତେଜଣ ଆତଙ୍କବାଦୀଙ୍କ ପାଇଁ ସମଗ୍ର ପାକିସ୍ତାନକୁ ଦାୟୀ କରାଯିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ସେ ମଧ୍ୟ ବାଲାକୋଟ ଆକ୍ରମଣରେ କେତେ ଲୋକ ମରିଛନ୍ତି ତାହାର ପ୍ରମାଣ ଭାରତ ସରକାରଙ୍କୁ ମାଗିଛନ୍ତି । ତେବେ ସାମଙ୍କୁ ବିଭିନ୍ନ ଦିଗରୁ ଆକ୍ରମଣ ପରେ ସେ କହିଛନ୍ତି ଜଣେ ସାଧାରଣ ଲୋକ ଭାବେ ମୋତେ ଏ ସବୁ ବିଷୟରେ ଜାଣିବାର ଅଧିକାର ରହିଛି । ମୁଁ ଜାଣି ପାରୁନାହିଁ ମୋ ମନ୍ତବ୍ୟକୁ କଣ ପାଇଁ ରାଜନୀତି କରଣ କରାଯାଉଛି ।

ସେପଟେ ପିଟ୍ରୋଡାଙ୍କ ବୟାନକୁ ସମାଲୋଚନା କରିଛନ୍ତି ବିରୋଧୀ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯଦି ଗୁରୁ ଏମିତି ତ ଶିଷ୍ୟ କେମିତି ହୋଇଥିବେ । ଆଜି ଦେଶ ଏମାନଙ୍କ ପାଇଁ ଭୋଗୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.