scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାନାଡ଼ାରେ ଫ୍ରାନ୍ସ ଭଳି ଛୁରିମାଡ଼ , ୨ମୃତ, ୫ ଆହତ, ମଧ୍ୟୟୁଗୀୟ ପୋଷାକ ପିନ୍ଧି ଆସିଥିଲା ଆକ୍ରମଣକାରୀ

1/11/2020 at 4:48 PM

ଟୋରେଣ୍ଟୋ : କାନାଡାରେ ମଧ୍ୟ ଫ୍ରାନ୍ସ ଭଳି ଛୁରିମାଡ଼ ହୋଇଛି। କ୍ୟୁବେକ୍‌ ସହରରେ ମଧ୍ୟଯୁଗୀୟ ପୋଷାକ ପିନ୍ଧି ଆସିଥିବା ଜନୈକ ଯୁବକ ଅନ୍ଧାଦୁନିଆ ଛୁରି ମାଡ଼ କରିବା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ପୋଲିସ  ଆକ୍ରମଣକାରୀକୁ ଗିରଫ କରିଥିବା ବେଳେ ତା ବୟସ ୩୦ ବର୍ଷ ମଧ୍ୟରେ ବୋଲି  କହିଛି। ଘଟଣାସ୍ଥଳ ଆଖପାଖରେ ରହୁଥିବା ଲୋକଙ୍କୁ ଘରେ କବାଟ କିଳି ରହିବାକୁ ପୋଲିସ ପରାମର୍ଶ ଦେଇଛି।

ଏହି ଆକ୍ରମଣ କ୍ୟୁବେକ ସହରର ଐତିହାସିକ ପାର୍ଲ୍ୟାମେଣ୍ଟ ହଲ ନିକଟରେ ହୋଇଛି। ପୋଲିସ ଆକ୍ରମଣକାରୀ ନିକଟରୁ ଏକ ତରବାରୀ ଜବତ କରିଥିବା ବେଳେ ସେ ଏପରି କାଣ୍ଡ କାହିଁକି କଲା ତାହା ଜଣାପଡ଼ି ନାହିଁ।  ଆକ୍ରମଣ ସ୍ଥାନୀୟ ସମୟ ରାତି ପ୍ରାୟ ସଢେ ୧୦ଟା ବେଳେ ହୋଇଛି। କାନାଡ଼ାରେ ଏହି ଧରଣର ଏହା ପ୍ରଥମ ଆକ୍ରମଣ। ପୂର୍ବରୁ ୟୁରୋପର ଫ୍ରାନ୍ସରେ ଏପରି ଆକ୍ରମଣ ହୋଇ ଆସୁଛି। ତେବେ କାନାଡ଼ା ଆକ୍ରମଣକାରୀଙ୍କ ନାମ ଜଣାପଡି ନଥିବା ବେଳେ ପୋଲିସ ପଚରା ଉଚରା ପରେ ଘଟଣା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି।

କିଛିଦିନ ପୂର୍ବରୁ ପୈଗମ୍ବର ମହମ୍ମଦଙ୍କ କାର୍ଟୁନ୍ ପ୍ରଦର୍ଶନ ଲାଗି ଜନୈକ ମୁସଲମାନ ଯୁବକ ଶିକ୍ଷକଙ୍କୁ ଗଳାକାଟି ହତ୍ୟା କରିଥିଲା। ଏହି ଘଟଣାକୁ ନେଇ ଦେଶରେ ଚର୍ଚ୍ଚା ନ ଥମୁଣୁ ନିସ୍‌ ସହରର ଏକ ଗିର୍ଜାରେ ଜଣେ ଟ୍ୟୁନିସିୟ ଯୁବକ ୨ ମହିଳାଙ୍କ ସମେତ ୩ ଜଣଙ୍କୁ ଛୁରିମାରି ହତ୍ୟା କରିଛି। ଏଥିରେ ଯୁବକ ଜଣକ ଜଣେ ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲା। ଯାହାକୁ ନେଇ ସାରା ବିଶ୍ୱରେ ଏବେ ଇସ୍ଲାମ ଆତଙ୍କବାଦ ପୁଣି ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

   Related Posts