NCERT ବିବାଦ: ୟୁଜିସି ଅଧ୍ୟକ୍ଷଙ୍କ ସହ ଅନେକ ସଂସ୍ଥାର ମୁଖ୍ୟ କହିଲେ- ନାଁ ହଟାଇବା ନାଟକ, ପୁସ୍ତକଗୁଡିକୁ ଆଧୁନିକୀକରଣ କରିବାରେ ରୋକା ଯାଉଛି

Published By : Prameya-News7 Bureau | June 17, 2023 IST

ନୂଆଦିଲ୍ଲୀ: ଏନସିଇଆରଟି ପୁସ୍ତକ ଉପରେ ଆରମ୍ଭ ହୋଇଥିବା ବିବାଦ ବଢି ଚାଲିଛି । ପୁସ୍ତକଗୁଡିକର ଅନେକ ବିଷୟ ଏବଂ ଭାଗକୁ ହଟାଯିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ମଧ୍ୟରେ ପ୍ରଥମେ କିଛି ଶିକ୍ଷାବିତ୍ ଏହି ପୁସ୍ତକଗୁଡିକରୁ ନିଜ ନାଁ ହଟାଇବା ପାଇଁ ଦାବି କରିଥିଲେ । ଏବେ ୟୁଜିସି ଅଧ୍ୟକ୍ଷଙ୍କ ସମେତ ଶିକ୍ଷାବିତଙ୍କ ଏକ ଗ୍ରୁପ୍ ନାଁ ହଟାଇବା ପାଇଁ ଦାବି କରୁଥିବା ଲୋକଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେଣ୍ଟ୍ରାଲ ୟୁନିଭର୍ସିଟିଜର ଭାଇସ ଚାନ୍ସଲର, ଏନଆଇଟିର ନିର୍ଦ୍ଦେଶକ, ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲିଂର ଅଧ୍ୟକ୍ଷଙ୍କ ସହ ଅନେକ ସଂସ୍ଥାର ପ୍ରମୁଖ ଏକ ମିଳିତ ବୟାନ ଜାରି କରିଛନ୍ତି ।

ଏନବିଟିର ରିପୋର୍ଟ ଅନୁସାରେ, ଏଥିରେ କୁହାଯାଇଛି ଯେ ନାଁ ହଟାଇବାର ନାଟକ କରି ପୁସ୍ତକଗୁଡିକୁ ଅଧୁନିକରଣ କରିବା ପ୍ରକ୍ରିୟାରେ ବାଧା ସୃଷ୍ଟି କରାଯାଉଛି । ମିଛ ସୂଚନା, ଅପପ୍ରଚାର ଏବଂ ମିଛ ଅଭିଯୋଗ ଜରିଆରେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ର କ୍ରିୟାନ୍ୱୟନକୁ ଟ୍ରାକରୁ ହଟାଇବାକୁ ଚାହୁଁଛନ୍ତି । ୟୁଜିସି ଚେୟାରମ୍ୟାନ ପ୍ରଫେସର ଏମ.ଜଗଦୀଶ କୁମାର କହିଛନ୍ତି ଯେ ଏନସିଇଆରଟିର ପୁସ୍ତକଗୁଡିକରେ ଯୁକ୍ତିସଙ୍ଗତ ପରିବର୍ତ୍ତନକୁ ନେଇ ଶିକ୍ଷାବିତଙ୍କ ଅଭିଯୋଗରେ କୌଣସି ବଳ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଏହି ବିବାଦ ପ୍ରଫେସର ସୁହାସ ପଲଶିକର ଏବଂ ଯୋଗେନ୍ଦ୍ର ଯାଦବ ଛଅ ପୁସ୍ତକରୁ ନିଜକୁ ଅଲଗା କରିଥିଲେ । ଏହାପରେ ଦେଶର ୩୩ ଶିକ୍ଷାବିତ୍ ମଧ୍ୟ ଏନସିଇଆରଟି ପୁସ୍ତକରୁ ନିଜ ନାଁକୁ ହଟାଇବାକୁ କହିଥିଲେ ।

{"id":804912,"sizeSlug":"full","linkDestination":"none"}

ୟୁଜିସି ଚେୟାରମ୍ୟାନ ପ୍ରଫେସର ଏମ.ଜଗଦୀଶ କୁମାର ଟ୍ୱିଟ୍ କରି କହିଛନ୍ତି ଯେ ଏନସିଇଆରଟି ଉପରେ ଶିକ୍ଷାବିତଙ୍କ ଆକ୍ରମଣ ଅନୁଚିତ ଅଟେ । ପୂର୍ବରୁ ମଧ୍ୟ ସମୟ ସମୟରେ ପୁସ୍ତକରେ ସଂଶୋଧନ ହୋଇଆସୁଛି । ଏନସିଇଆରଟି ମଧ୍ୟ କହିଛି ଯେ ପୁସ୍ତକରେ ସଂଶୋଧନ ଅନେକ ହିତଧାରକଙ୍କ ରାୟ ଏବଂ ପରାମର୍ଶର ହୋଇଛି ।

୭୧ ଶିକ୍ଷାବିତଙ୍କ ଏକ ଗ୍ରୁପ ଅଭିଯୋଗ ଆଣିଛି ଯେ ଗତ ତିନି ମାସରୁ କିଛି ଲୋକ ଏନସିଇଆରଟିକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି । ଆଧୁନିକରଣ ପ୍ରକ୍ରିୟାକୁ ରୋକିବାକୁ ଉଦ୍ୟମ କରାଯାଉଛି । ଏହା ଶିକ୍ଷକଙ୍କ ବୌଦ୍ଧିକ ଅହଂକାରକୁ ଦର୍ଶାଉଛି, ଯେଉଁମାନେ ଚାହୁଁଛନ୍ତି ଯେ ଛାତ୍ରମାନେ ୧୭ ବର୍ଷ ପୁରୁଣା ପୁସ୍ତକ ପଢନ୍ତୁ ।

Also Read: NCERT ବିବାଦ; ପରାମର୍ଶଦାତା କମିଟିରୁ ନିଜ ନାଁକୁ ହଟାଇଲେ ସୁବାସ ପଲଶିକର ଓ ଯୋଗେନ୍ଦ୍ର ଯାଦବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.