ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ଶରୀରର ବିଭିନ୍ନ ସ୍ଥାନରେ ଛୁରା ମାଡ଼
26/03/2023 at 8:18 AM

ବଲାଙ୍ଗୀର 26/ 03 : ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ। ଶରୀରର ବିଭିନ୍ନ ସ୍ଥାନରେ ଛୁରା ମାଡ଼ ହୋଇଛି। ନିଶା ଖାଇବାକୁ ଟଙ୍କା ମାଗିଲେ, ଆଉ ଟଙ୍କା ନଦେବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ଗୁରୁତର ଯୁବକ ଜଣକ ହେଲେ ବଲାଙ୍ଗିର ରାମେଶ୍ୱର ନଗରପଡ଼ାର ଆଙ୍କିତ ସାହୁ। ୧୦ ରୁ ୧୨ ଜଣ ଯୁବକ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଆଙ୍କିତଙ୍କୁ ପ୍ରଥମେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ଆକ୍ରମଣ କରିଥିବା ଯୁବକମାନେ ଏପର୍ଯ୍ୟନ୍ତ ଧରା ପଡ଼ି ନଥିବାବେଳେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଯୁବକମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି।
Related Posts
ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29 May 2023