ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ମାମଲା

12/06/2022 at 3:54 PM

ଭଦ୍ରକ, ୧୨/୦୬:  ସାମାଜିକ କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ଗାଡ଼ିକୁ ଭାଙ୍ଗି ଦେଇଥିବା ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାର ହୋଇଛି ଅଭିଯୋଗ । ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲାର ସାମାଜିକ ସଂଗଠନ ଦୁଃଖ ସୁଖ ସାଥୀର ସଭାପତି ଆକାଶ କୁମାର ନାୟକ ତାଙ୍କ ସାଥୀଙ୍କ ସହ କାର ଯୋଗେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ବର ଯାଉଥିଲେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ଧାମରା ବ୍ରିଜ ନିକଟରେ ରାସ୍ତା ଜାମ ହୋଇଯାଇଥିଲା ।

ଏହି ସମୟରେ ଜାମ ଭିତରେ ଏକ ଆମ୍ବୁଲାନ୍ସ ଅଟକି ଯାଇଥିଲା । ଆମ୍ବୁଲାନ୍ସକୁ ବାଟ କଢ଼ାଇ ନେବା ପାଇଁ ସାମାଜିକ କର୍ମୀ ଓ ତାଙ୍କ ସାଥୀ ଚେଷ୍ଟା କରୁଥିବା ବେଳେ ଏକ ସ୍କୋର୍ପିଓ ଗାଡ଼ିରେ ବସିଥିବା କିଛି ଯୁବକଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ଅତର୍କିତ ଭାବେ ଉକ୍ତ ଯୁବକମାନେ ଆକଶଙ୍କ ସମେତ ତାଙ୍କ ଉପରେ ଲୁହାଛଡ଼ ଓ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଆକାଶଙ୍କ କାରକୁ ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଆକାଶଙ୍କ ସମେତ ତାଙ୍କ ସାଥୀ ଓ ଡ୍ରାଇଭର ଆହାତ ହୋଇଛନ୍ତି । ଏ ନେଇ ଆକାଶ ଗ୍ରାମାଞ୍ଚଳ ଥାନରେ ଅଭିଯୋଗ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

   Related Posts