Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜନୈତିକ ଆକ୍ରୋଶର କରୁଣ ପରିଣତି: ଗାଁ ରାସ୍ତା ବିବାଦକୁ ନେଇ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ, କଟକ ସ୍ଥାନାନ୍ତର

8/10/2021 at 8:41 AM

ଭଦ୍ରକ ୦୮/୧୦: ଗାଁ ରାସ୍ତାକୁ ନେଇ ବିବାଦରୁ ସରପଞ୍ଚଙ୍କୁ ଆକ୍ରମଣ । ସଂଘବଦ୍ଧ ଆକ୍ରମଣରେ ସରପଞ୍ଚ ଗୁରୁତର, ମୁଣ୍ଡରେ ଗୁରୁତର ଆଘାତ ସହ ଏବେ ବି ଜୀବନ ମରଣ ସହ ଲଢ଼ୁଛନ୍ତି ସରପଞ୍ଚ । ସୂଚନା ଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀ , ଧୂସୁରି ଥାନା ଅଧିନସ୍ଥ ଖପରପଦା ସରପଞ୍ଚ ଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖପରପଦା ସରପଞ୍ଚ ଗୟାଧର ନାୟକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।

ପଞ୍ଚାୟତ ଅଫିସରୁ ବାଇକ ଯୋଗେ ଆସୁଥିବା ବେଳେ ଗାଁ ମୁଣ୍ଡରେ କେତେକ ଲୋକ ରାଜନୈତିକ ଆକ୍ରୋଷ ଯୋଗୁଁ ତାଂକୁ ସଙ୍ଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ତେବେ ଗାଁ ର ରାସ୍ତା କାମ କୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକ୍ରମଣରେ ସରପଞ୍ଚଙ୍କର ମୁଣ୍ଡ ଓ କାନରେ ଗୁରୁତର ଆଘାତ ଲାଗିଛି ।

ଗ୍ରାମବାସୀମାନେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ପରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଏବେ ପର୍ଯ୍ୟନ୍ତ ଗୁରୁତର ସରପଞ୍ଚଙ୍କର ଚେତା ଫେରିନଥିବାରୁ ଘଟଣା ବିଷୟରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଧୂସୁରି ଥାନାଧିକାରୀ କହିଛନ୍ତି ।

   Related Posts