ଫୁଲବାଣୀ ଟାଉନ ଥାନା ଏସଆଇଙ୍କୁ ଛୁରାମାଡ଼

Published By : Prameya-News7 Bureau | November 13, 2018 IST

ଫୁଲବାଣୀ ଟାଉନ୍ ଥାନା ଏସ୍.ଆଇ.ଙ୍କୁ ଛୁରା ମାଡ଼ । ସନ୍ଧ୍ୟାରେ ସବ୍ ଇନ୍ସପେକ୍ଟର୍ ତରୁଣ ତପନ ବେହେରା, ପାଟ୍ରୋଲିଂରେ ଥିବା ବେଳେ ବସଷ୍ଟାଣ୍ଡରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଖବର ପାଇ ସେଠାକୁ ଯାଇଥିଲେ ଏସ୍.ଆଇ । କିନ୍ତୁ ଦୁର୍ବୃତ୍ତ ତାଙ୍କୁ ଛୁରାରେ ଆକ୍ରମଣ କରିଛି । ତାଙ୍କ ପେଟ ଓ ବେକରେ ଆଘାତ ଲାଗିଛି । କିଛି ଦିନ ତଳେ ଫୁଲବାଣୀ ସହର ଆନନ୍ଦ ବଜାରରେ ଗୋଛାପଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ ସନ୍ଦିଗ୍ଧ ଗଞ୍ଜେଇ ମାଫିଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.