ପାଇକମାଲ ବଜାରରେ ବୁଲିଲା ଖଣ୍ଡା, ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | November 20, 2021 IST

ପଦ୍ମପୁର, ୨୦/୧୧: ପାଇକମାଲ ବଜାରରେ ଖୁଲମ ଖୁଲା ବୁଲିଲା ଖଣ୍ଡା। ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାର ପୂର୍ବତନ କର୍ମଚାରୀ ଗୋପାଳ ସାଙ୍କୁ ଆଜି ସକାଳ ସମୟରେ ଆକ୍ରମଣ ହୋଇଛି । ପାଇକମାଲ ବଜାର ଠାରେ ଜଣେ ଅଜଣା ବ୍ୟକ୍ତି ଆତର୍କିତ ଭାବରେ ଏକ ଖଣ୍ଡାରେ ଆକ୍ରମଣ କରିଛି । ଆକ୍ରମଣ ଫଳରେ ଗୋପାଳଙ୍କ ବାମ ହାତ ଓ ଡାହାଣ ଗୋଡ଼ ଏବଂ ପିଠିରେ ଗଭୀର କ୍ଷତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନା ଓ ପରେ ବରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଦିନ ଦ୍ୱିପ୍ରହରରେ ପାଇକମାଲ ଅଞ୍ଚଳରେ ଖଣ୍ଡା ବୁଲିବା ଏବଂ ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ହେବା ସାଧାରଣରେ ପ୍ରଶ୍ନ ଉଠାଉଛି । ଏଥିରୁ ଜଣା ପଡୁଛି ଯେ ପାଇକମାଲ ଅଞ୍ଚଳରେ କିପରି ଭାବରେ ଗୁଣ୍ଡାରାଜ ବଢି ଚାଲିଛି । ଦେଖିବାକୁ ଗଲେ ଜଣେ ପୋଲିସ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ହାଣିବା ପୋଲିସ ପ୍ରତି ଲୋକଙ୍କ ଭୟ କମି ଯାଉଥିବା ସୂଚନା ଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.