ଏକ ତରଫା ପ୍ରେମରୁ ଯୁବତୀଙ୍କ ଭାଇକୁ ଆକ୍ରମଣ କଲା ଯୁବକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | December 04, 2022 IST

ଭୁବନେଶ୍ବର, ୪/୧୨: ଏକତରଫା ପ୍ରେମ କରି ବିଫଳ ହେବା ପରେ ଉକ୍ତ ଯୁବତୀଙ୍କ ଭାଇକୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଯୁବକଙ୍କ କାନ କଟିଯାଇଛି । ତାଙ୍କୁ ଗୁରୁତର ଆହାତ ଅବସ୍ଥାରେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଇନଫୋସିଟି ଥାନା ଅନ୍ତର୍ଗତ ମଦନ ପୁର ଗ୍ରାମରେ ଏପରି ଘଟଣା ଦେଖାଯାଇଛି । ଆକ୍ରମଣ କରିଥିବା ଯୁବକ ଜ୍ଞାନରଞ୍ଜନ ଓରଫ ପୁତୁଲୁ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.