ବିଜେପୁରରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ଗାଡି ଉପରକୁ ଇଟା ମାଡ, ଭଟଲିରେ ମଧ୍ୟ ବିଜେପି କର୍ମୀଙ୍କୁ ଆକ୍ରମଣ

Published By : Prameya-News7 Bureau | April 17, 2019 IST

ବିଜେପୁର ୧୭|୪: ବରଗଡ ଜିଲ୍ଲା ବିଜେପୁରରେ ବିଜେପି ପ୍ରାର୍ଥୀଙ୍କ ଗାଡିକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ବିଜେପୁରରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ସନତ ଗଡତିଆଙ୍କ ଗାଡି ଉପରକୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସନତ ଗଡତିଆଙ୍କ ଗାଡି ଉପରକୁ ଇଟା ମାଡ କରାଯାଇଥିବାବେଳେ ତାଙ୍କ ଗାଡି କାଚ ଭାଙ୍ଗିଯାଇଛି । ଆକ୍ରମଣରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଏହି ଆକ୍ରମଣ ଘଟଣାରେ ସୁଧିର ବରିହା ନାମକ ଜଣେ ଯୁବକଙ୍କ ନାଁରେ ବରଗଡ ଥାନାରେ ମାମଲା ରୁଜୁ ହୋଇଛି । ତେବେ ସୁଧିର ବରିହା ବିଜେଡ଼ି କର୍ମୀ ବୋଲି ଅଭିଯୋଗ ଆଣିଛି ବିଜେଡି ।

ଅନ୍ୟପଟେ ବରଗଡ ଭଟଲି ନିର୍ବାଚନ ମଣ୍ଡଳୀ ତରାକନାରେ ବିଜେପି କର୍ମୀଙ୍କୁ ରକ୍ତାକ୍ତ ଆକ୍ରମଣ ହୋଇଛି । ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ବିଜେପି ନେତା ତଥା ପୂର୍ବତନ ଭଟଲି ସରପଞ୍ଚ ପ୍ରହଲ୍ଲାଦ ପ୍ରଧାନ ଏବଂ ଭଟଲି ପିଏସିଏସ ଅଧ୍ୟକ୍ଷ ଭାଗିରଥୀ ପ୍ରଧାନଙ୍କୁ ତରାକନାଠାରେ ଆକ୍ରମଣ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.