ରକ୍ତରଞ୍ଜିତ ପୁରୀ ବଡଦାଣ୍ଡ, ପୂର୍ବ ବିବାଦକୁ କେନ୍ଦ୍ର କରି ରଙ୍ଗମିସ୍ତ୍ରୀଙ୍କୁ ଆକ୍ରମଣ
27/03/2023 at 12:06 PM

ପୁରୀ ୨୭/୦୩ : ପୁଣି ପୁରୀ ବଡ଼ଦାଣ୍ଡ ହୋଇଛି ରକ୍ତରଞ୍ଜିତ । ଗଜପତି ନଗର ସମ୍ମୁଖରେ ଜଣେ ରଙ୍ଗମିସ୍ତ୍ରୀଙ୍କୁ ଗତକାଲି ରାତିରେ ୭ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣିଥିବା ଅଭିଯୋଗ ହୋଇଛି ।
ଗୁରୁତର ଆହତ ରଙ୍ଗମିସ୍ତ୍ରୀ ହେଉଛନ୍ତି ମାଟିଆପଡ଼ା ଅଞ୍ଚଳ କୁମୁଟି ସାହିର ପୂର୍ଣ୍ଣଚନ୍ଦ୍ର ଦାସ । ପୂର୍ଣ୍ଣଚନ୍ଦ୍ରଙ୍କ ହାତ, ମୁହଁ, ପେଟ ଓ ଗଳାରେ ଗଭୀର ଆଘାତ ଲାଗିଛି । ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଛି । ଗୁରୁତର ଆହତ ହୋଇଥିବା ପୂର୍ଣ୍ଣଚନ୍ଦ୍ରଙ୍କ ସ୍ତ୍ରୀ ରୀନା ଦାସ ଏ ନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇନାହିଁ ।