ୟୁପି: ଦ କଶ୍ମୀର ଫାଇଲ୍ସ ଫିଲ୍ମ ଦେଖି ନାରା ଲଗାଉଥିବା ଯୁବକଙ୍କୁ ଆକ୍ରମଣ, ୩ ଜଣଙ୍କୁ ଛୁରି ଭୁସି ଆକ୍ରମଣ

Published By : Prameya-News7 Bureau | March 19, 2022 IST

ଲକ୍ଷ୍ନୌ, ୧୯/୦୩: ଉତ୍ତର ପ୍ରଦେଶ କୁଶିନଗର ଜିଲ୍ଲାର ଫାଜିଲନଗର ଅଞ୍ଚଳର ଏକ ସିନେମା ଘରେ କିଛି ଯୁବକଙ୍କୁ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ଛୁରି ଭୁସି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଦ କଶ୍ମୀର ଫାଇଲ୍ସ ଫିଲ୍ମ ଦେଖି ଯୁବକମାନେ ବାହାରକୁ ଆସୁଥିବା ବେଳେ ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ସିମେନା ଘରୁ ବାହାରିବା ସମୟରେ ଯୁବକମାନେ କିଛି ନାରାବାଜି କରିଥିଲେ, ଏହାପରେ ତାଙ୍କ ଉପରେ ଆକ୍ରମଣ କରାଯାଇଛି।

ଫାଜିଲନଗର ପଞ୍ଚାୟତ ସ୍ଥିତ ଏକ ସିମେନା ଘରେ କଶ୍ମୀର ଫାଇଲ୍ସ ସିନେମା ପ୍ରଦର୍ଶିତ ହେଉଥିଲା। ଶୁକ୍ରବାର ଶେଷ ଶୋ'ରେ ବିକିଶା ଖଣ୍ଡର ଜୋକବା ବାଜରରେ କିଛି ଯୁବକ ଫିଲ୍ମ ଦେଖିବା ପାଇଁ ପହଞ୍ଚିଥିଲେ। ଫିଲ୍ମ ଦେଖିବା ସମୟରେ ଯୁବକମାନେ ଦେଶ ଭକ୍ତି ନାରା ଲଗାଇଥିଲେ। ଯାହାକୁ ଗ୍ରହଣ କରିପାରି ନଥିଲେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କିଛି ଯୁବକ। ଫିଲ୍ମ ଶେଷ ହେବା ପରେ ଦୁଇ ଗୋଷ୍ଠୀର ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ନିର୍ଦ୍ଧିଷ୍ଟ ସଂପ୍ରଦାୟକ ଯୁବକମାନେ ଆକ୍ରମଣ କରିଥିଲେ।

ଏହି ଘଟଣାରେ ଅଶୋକ ଜାୟଶୱାଲ ନାମକ ଦୁଇ ଜଣ ଯୁବକ ଏବଂ ଛୋଟେ ଲାଲ ଗୋଣ୍ଡା ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.