LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଖଣ୍ଡା-ଭୁଜାଲି ଧରି କାରଖାନାକୁ ପଶିଲେ ଦୁର୍ବୃତ୍ତ: କର୍ମଚାରୀଙ୍କୁ ଅଚାନକ କଲେ ଆକ୍ରମଣ, ୨ ଗିରଫ

7/11/2020 at 7:11 PM

ଢ଼େଙ୍କାନାଳ୭/୧୧: ଠିକାଦାରୀ କାମକୁ ନେଇ ମରଣାନ୍ତକ ଆକ୍ରମଣ। ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ଝଡବନ୍ଧସ୍ଥିତ ରୁଙ୍ଗଟା କାରଖାନାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଆକ୍ରମଣରେ ଗ୍ଲୋବାଲ କନଷ୍ଟ୍ରକସନ ନାମକ ଠିକା ସଂସ୍ଥାର ଦୁଇ କର୍ମଚାରୀ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ମୂର୍ମୁଷ ଅବସ୍ଥାରେ ଅନୁଗୁଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଅନ୍ୟ ତିନିଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଏହି ଆକ୍ରମଣ ଘଟଣାରେ ଏକ ଟାଟା ସଫାରିକୁ ବାଲିମି ପୁଲିସ ଜବତ କରିଥିବା ବେଳେ ଦୁଇଜଣଙ୍କୁ ଅଟକ ରଖିଛି । ମିଳିଥିବା ସୂଚନା ମୁତାବକ, ପାଞ୍ଚ ଛଅ ଜଣ ଯୁବକ ପିସ୍ତଲ, ଖଣ୍ଡା, ଲୁହା ରଡ଼ ଏବଂ ଭୁଜାଲି ଆଦି ମାରଣାସ୍ତ୍ର ଧରି ଏହି ଟାଟା ସଫାରିରେ ଅଚାନକ କାରଖାନା ଭିତରକୁ ପଶିଥିଲେ। କାରଖାନାରେ ଠିକାଦାରୀ କାମ କରୁଥିବା କର୍ମଚାରୀମାନଙ୍କୁ ଆକ୍ରମଣ କରିବା ସହ କାରଖାନା କାମ ଛାଡି ଚାଲିଯିବାକୁ ଧମକ ଦେଇଥିଲେ। ଏହି ଘଟଣା ସଂପର୍କରେ ବାଲିମି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଆକ୍ରମଣ ଘଟଣାରେ ପୋଲିସ୍ ୨ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି।

   Related Posts