ମଦ କାଉଣ୍ଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୁତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | September 28, 2021 IST

ଅନୁଗୋଳ ୨୮।୦୯: ଅନୁଗୋଳ ଜିଲ୍ଲା  ବଡ଼କେରା ବିଦେଶୀ ମଦ କାଉଣ୍ଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୁତ୍ତ। ଗୋଟେ ବାଇକରେ ଦୁଇ ଜଣ ଆସି ଅଚାନକ ମ୍ୟାନେଜରଙ୍କୁ ହାଣି ଚାଲିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଛି। ମ୍ୟାନେଜରଙ୍କ ନାମ ରମାଶିସ ପ୍ରସାଦ। ପୂର୍ବ ଶତ୍ରୁତା କାରଣରୁ ତାଙ୍କ ଉପରେ ମରଣାନ୍ତ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ବନ୍ତଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.