ରାଜ ରାସ୍ତାରେ ଲୁଟେରାଙ୍କ ଆତଙ୍କରାଜ: ହାତ-ଗୋଡ-ପିଠିକୁ ହାଣି ଟ୍ରକ ଡ୍ରାଇଭରଙ୍କଠୁ ଲୁଟି ନେଲେ ଟଙ୍କା

Published By : Prameya-News7 Bureau | December 22, 2020 IST

ଝାରସୁଗୁଡା୨୨/୧୨: ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ବ୍ରିଜ୍ ନିକଟରେ ଗତ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଣେ ଟ୍ରକ୍ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହାସହ ୧୩ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଆହତ ଚାଳକ ଜଣଙ୍କ ହେଲେ ବନ୍ଧବାହାଲର ସୀମାଞ୍ଚଳ ବରାଡ, ତାଙ୍କ ବୟସ ୪୫ ବର୍ଷ। ଗୁରୁତର ଅବସ୍ଥାରେ ତାଙ୍କୁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଚାଳକଙ୍କ ମୁଣ୍ଡ, ହାତ ଓ ପିଠିରେ ଗଭୀର କ୍ଷତ ହୋଇଛି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ତନାଘନା ଚଳାଇଛି । କେବଳ ଏହି ଘଟଣା ନୁହେଁ, ଉକ୍ତ ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଥିବାର ନଜୀର ରହିଛ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.