scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜଧାନୀରେ ଆତଙ୍କ: ଖଣ୍ଡାଧରି ସାମ୍ବାଦିକଙ୍କୁ ହାଣିବାକୁ ଗୋଡ଼ାଇଲେ ଦୁର୍ବୃତ୍ତ

24/07/2020 at 1:15 PM

ଭୁବନେଶ୍ୱର୨୪।୭ : ଅସୁରକ୍ଷିତ ରାଜଧାନୀ । ସଞ୍ଜ ନଇଁଲେ ଛାତି ଥରୁଛି । ଅପରାଧୀ ଏଭଳି ଉତ୍ପାତ କଲେଣି ଯେ ରାଜଧାନୀବାସୀ ଘରୁ ବାହାରିବାକୁ ଡ଼ରୁଛନ୍ତି । ଆଜି ରାତି ସାଢ଼େ ୧୧ଟାବେଳେ ଜାଗମରା ପ୍ରମେୟ ଅଫିସ ଛକ ନିକଟରେ ଜଣେ ଯୁବକ ୩ ହାତ ଖଣ୍ଡା ଧରି ପ୍ରମେୟର ବରିଷ୍ଠ ସାମ୍ବାଦିକଙ୍କୁ ବିନା କାରଣରେ ହାଣିବାକୁ ଗୋଡ଼ାଇଥିଲା । ତେବେ ପ୍ରମେୟର ଅନ୍ୟ ସାମ୍ବାଦିକ ଓ ସୁରକ୍ଷା କର୍ମୀ ପହଞ୍ଚିଯିବାରୁ ସଂପୃକ୍ତ ଆକ୍ରମଣକାରୀ ଜଣଙ୍କ ସାଇକେଲରେ ଦ୍ରୁତ ଗତିରେ ସେଠାରୁ ଫେରାର୍‌ ହୋଇ ଯାଇଥିଲା ।

ଘଟଣାରୁ ଜଣାଯାଇଛି, ଆଜି ରାତି ସାଢ଼େ ୧୧ଟା ବେଳେ ପ୍ରମେୟର ସହ ସଂପାଦକ ପ୍ରବୋଧ ବସ୍ତିଆ ପ୍ରମେୟ ଟ୍ରାଫିକ୍‌ ଛକରେ ଜଣେ ସହଯୋଗୀଙ୍କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ଏହି ସମୟରେ ଗଣ୍ଡମୁଣ୍ଡା ପଟରୁ ଜଣେ ସାଇକେଲ ଆରୋହୀ ଆସି ତାଙ୍କ ନିକଟରେ ଅଟକିଥିଲା । ଶ୍ରୀ ବସ୍ତିଆ କିଛି ବୁଝିବା ପୂର୍ବରୁ ସାଇକେଲ ଆରୋହୀ ଜଣଙ୍କ ଏକ ୩ ହାତ ଲମ୍ବର ଖଣ୍ଡା ଧରି ତାଙ୍କୁ ହାଣିବାକୁ ଗୋଡ଼ାଇଥିଲେ । ହଠାତ୍‌ ଏଭଳି ଆକ୍ରମଣ ହେଉଥିବା ଦେଖି ଶ୍ରୀ ବସ୍ତିଆ ଜୀବନ ବିକଳରେ ବଞ୍ଚାଅ ବଞ୍ଚାଅ କହି ଦୌଡ଼ିଥିଲେ । ଏହି ସମୟରେ ନିକଟରେ ଥିବା ପ୍ରମେୟର କିଛି ସାମ୍ବାଦିକ ଓ ସୁରକ୍ଷା କର୍ମୀ ଗୋଡ଼ାଇବାରୁ ସଂପୃକ୍ତ ଆକ୍ରମଣକାରୀ ସାଇକେଲ ନେଇ ଦ୍ରୁତ ଗତିରେ ଚଳାଇ ପଳାଇଥିଲା ।

ଖବରପାଇ ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ଆକ୍ରମଣକାରୀ ଯାଇଥିବା ରାସ୍ତାରେ ଖୋଜାଖୋଜି କରିଥିଲେ ମଧ୍ୟ ତା’ର ଟେର୍‌ ପାଇ ନଥିଲେ । ଘଟଣା ସ୍ଥଳରେ ଥାନା ଅଧିକାରୀ ପହଞ୍ଚି ସହ ସଂପାଦକ ଶ୍ରୀ ବସ୍ତିଆଙ୍କୁ ଆକ୍ରମଣକାରୀର ଚେହେରା ସଂପର୍କରେ ପଚାରି ବୁଝିଥିଲେ । ଏଥିସହ ଛକରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି ।

   Related Posts