ନୂଆଦିଲ୍ଲୀ: ଗାଜାର ରାଫା ସହରରେ ଇସ୍ରାଏଲର ଆକ୍ରମଣ ଘଟଣାକୁ ନେଇ ବିଶ୍ବର ଅନେକ ଦେଶଙ୍କ ମଧ୍ୟରେ ଭିନ୍ନ ମତ ଦେଖିବାକୁ ମିଳିଛି।ଗୋଟିଏ ପଟେ ଆମେରିକା ଏବଂ ବ୍ରିଟେନ ସମେତ ଅନେକ ପଶ୍ଚିମ ଦେଶ ଇସ୍ରାଏଲ ସମର୍ଥନ ଦେଉଥିବାବେଳେ, ସେପଟେ ଫିଲିସ୍ତିନୀଙ୍କ ସମର୍ଥନରେ ବାହାରିଛନ୍ତି ମୁସଲିମ୍ ଦେଶମାନେ। ଏହି ଦେଶମାନେ ଏବେ ଇସ୍ରାଏଲକୁ ବିରୋଧ କରିବା ଆରମ୍ଭ କରିଛନ୍ତି।
ଏହାରି ମଧ୍ୟରେ, ରାଫା ଉପରେ ଆକ୍ରମଣ ପୂର୍ବରୁ ଇରାକର ଏକ ଶିୟା ଇସଲାମିକ ସଂଗଠନ, ଇସ୍ରାଏଲର ସୈନ୍ୟ ବିମାନ ବନ୍ଦର ଉପରେ କ୍ରୁଜ୍ ମିସାଇଲରେ ଆକ୍ରମଣ କରିଛି। ଆଉ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ସହ, ଏସବୁ ଫିଲିସ୍ତିନିଙ୍କ ରକ୍ଷା ପାଇଁ କରିଥିବା କହିଛି ଶିୟା ସଂଗଠନ।
ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନରେ ବର୍ଷା ଓ ବନ୍ୟା ବିତ୍ପାତ, ପ୍ରକୃତିର ତାଣ୍ଡବରେ ପ୍ରାଣ ହରାଇଲେଣି ୩୦୦ ଲୋକ
ସୂଚନାଥାଉକି, ‘ଇରାକ୍ ଇସଲାମିକ ପ୍ରତିରୋଧ’ ନାମକ ମିଲିଶିଆ ଶନିବାର ଦକ୍ଷିଣ ଇସ୍ରାଏଲର ରେମନ ଏୟାରବେସ ଉପରେ କ୍ରୁଜ ମିସାଇଲରେ ଆକ୍ରମଣ କରିଥିବା କହିଥିଲା। ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ସହ ଶିୟା ସଂଗଠନ ଫିଲିସ୍ତୀନିଙ୍କ ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇଥିଲା। ଆଉ ଏସବୁ ଗାଜାରେ ଇସ୍ରାଏଲ ସେନା ଯାହା କରିଛି ଯାହା କରୁଛି, ତାହାର ପ୍ରତିଶୋଧ ପାଇଁ କହିଥିଲା ସଂଗଠନ ।
ପ୍ରକୃତରେ, ଗତ ବର୍ଷ ଅକ୍ଟୋବର ସାତ ତାରିଖରେ ଗାଜା ଉପରେ ଆକ୍ରମଣ ଆରମ୍ଭ ପରଠାରୁ ଇରାକର ଏହି ଇସଲାମିକ ସଂଗଠନ ଇସ୍ରାଏଲୀ ଏବଂ ଆମେରିକୀ ଠିକଣା ଉପରେ ଅନେକ ଆକ୍ରମଣ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ନିଜ ସୈନିକ ଏବଂ ବଡ଼ ସଂଖ୍ୟାରେ ଟ୍ୟାଙ୍କର ସହ ଦକ୍ଷିଣ ଗାଜାର ରାଫା ସହରର ସୀମାକୁ ଘେରି ରହିଛି ଇସ୍ରାଏଲ ଫୋର୍ସ। ଅପେକ୍ଷା କେବକଳ ବେଞ୍ଜାମିନ ନେତାନ୍ୟାହୁଙ୍କ ଆଦେଶକୁ।ସେପଟେ ଗାଜାରେ ମଧ୍ୟ ଆକ୍ରମଣ ଜାରି ରଖିଛି ଇସ୍ରାଏଲ।କାରଣ ଇସ୍ରାଏଲ ବାକି ଥିବା ଗାଜାକୁ ବି ଶ୍ମଶାନରେ ପରିଣତ କରିଦେବାକୁ ଚାହୁଛି। ରାଫା ଉପରେ ଆକ୍ରମଣ ପୂର୍ବରୁ ଆମେରିକା ଇସ୍ରାଏଲ ତରଫରୁ ହମାସକୁ ଯୁଦ୍ଧ ବିରାମ ଅଫର ଦେଇଛି।ହେଲେ ଏହାରି ମଧ୍ୟରେ ରାଫା ଉପରେ ଆକ୍ରମଣ ପ୍ରସ୍ତୁତି କରିସାରିଥିବା ଇସ୍ରାଏଲ ଉପରେ ଇରାକର ଏକ ଇସଲାମିକ ସଂଗଠନ ହମଲା କରିଛନ୍ତି।