ଆଫଗାନ ବିଦେଶ ମନ୍ତ୍ରାଳୟ ବାହାରେ ଭୟଙ୍କର ବୋମା ବିସ୍ଫୋରଣ, ୨୦ ଜଣକ ମୃତ୍ୟୁ

Published By : Prameya-News7 Bureau | January 11, 2023 IST

ନୂଆଦିଲ୍ଲୀ,୧୧/୦୧: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଭୟଙ୍କର ବୋମା ବିସ୍ଫୋରଣ। ବିଦେଶ ମନ୍ତ୍ରାଳୟ ବାହାରେ ହୋଇଛି ଏହି ବୋମା ବିସ୍ଫୋରଣ। ରିପୋର୍ଟ ଅନୁଯାୟୀ ଏହି ବୋମା ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ବହୁ ସଂଖ୍ୟାରେ ଲୋକେ ଆହତ ହୋଇଥିବାନେଇ ମଧ୍ୟ କୁହାଯାଉଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଦେଶ ମନ୍ତ୍ରାଳୟରେ ଚୀନ୍‌ ଅଧିକାରୀଙ୍କ ସହ ତାଲିବାନର ଜରୁରୀ ବୈଠକ ଚାଲୁଥିବା ସମୟରେ ଏହି ବିସ୍ଫୋରଣ ଘଟିଛି। ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ କେଉଁ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ କରିଛି।

ସୂଚନାଯୋଗ୍ୟ, ୨୦୨୧ ଅଗଷ୍ଟରେ ତାଲିବାନ ଆଫଗାନିସ୍ତାନର ସତ୍ତା ସମ୍ଭାଳିଥିଲା। ଏହାପରଠାରୁ ଇସଲାମିକ୍ ଷ୍ଟେଟ୍ ସକ୍ରିୟ ହୋଇଛି ଏବଂ ଗୋଟିଏ ଫରେ ଗୋଟିଏ ଆକ୍ରମଣ କରିଛି। ତେବେ ବୁଧବାର ହୋଇଥିବା ଆକ୍ରମଣକୁ ନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।

ମିଡିଆ ରିପୋର୍ଟ ଅନୁଯାୟୀ, ତିନିଦିନ ତଳେ କାବୁଲ ମିଲିଟାରୀ ଏୟାରପୋର୍ଟ ବାହାରେ ବୋମା ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୮  ଜଣ ଗଭୀର ଭାବରେ ଆହତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.