ବିଲାତି ପାଇଁ ହାଟରେ ଛୁରା ମାଡ, ଦୁଇ ଆହତ: ପୋଲିସର ଛାନଭିନ୍
5/08/2023 at 2:57 PM

ଆନନ୍ଦପୁର ୦୫/୦୮: ହାଟରେ ବିଲାତି କିଣାକୁନେଇ ହାଟ ଝାଡୁଦାର ଓ ସାଥିଙ୍କୁ ଛୁରୀ ମାଡ । ଝାଡୁଦାରଙ୍କ ସାଙ୍ଗରେରେ ଥିବା ଯୁବକ ମଧ୍ୟ ଆକ୍ରମଣର ଶିକାର । ଘଷିପୁରା ଥାନା ବାଲିପାଳ ସାପ୍ତାହିକ ହାଟରେ ଶୁକ୍ରବାର ସଂଧ୍ୟାରେ ବିଲାତି କିଣା ବିକାକୁ ନେଇ ତୁମୁଳ କାଣ୍ତ ଘଟିଛି ।
ପରିବା ଦୋକାନୀଙ୍କ ଛୁରା ମାଡରେ ହାଟ ଝାଡୁଦାର କେଶଦୁରାପାଳ ଗ୍ରାମର ଦିଲ୍ଲିପ ମୂଖି ଗୂରତର ଆହତ ହୋଇଛନ୍ତି । ଏହାସହ ଅଭିଜିତ ବିନ୍ଧାଣୀ ନାମକ ଯୁବକ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ଆନନ୍ଦପୁର ଊପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦିଲ୍ଲୀପ୍ ହାଟରେ ଝାଡୁ କରି ଦୋକାନ ପିଛା ୫ଟଙ୍କା ନେଇଥାନ୍ତି । ପରିବା ଦୋକାନି ୫ଟଙ୍କା ବିଲାତି ଗୋଟେ ଦେଇଥାନ୍ତେ ।
ହେଲେ ଜଣେ ପରିବା ଦୋକାନରୁ କେହି ଜଣେ ଗୋଟେ କିଲୋ ବିଲାତି ନେଇଥିବା ବେଳେ ପରିବା ଦୋକାନୀ ଜଣକ ଦିଲ୍ଲୀପଙ୍କୁ ପଇସା ମାଗିଥିଲା । ପରେ ରାଗରଖି ବାଟରେ ଅଟକାଇ ପରିବା ଦୋକାନୀ ଓ ତାର ସହଯୋଗୀ ମାନେ ଛୁରୀ ଓ ବଟକରାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଷିପୁରା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସମ୍ପର୍କରେ ଛାନଭିନ୍ କରି ଅଭିଯୁକ୍ତକୁ ଧରିବାକୁ ଖୋଳତାଡ ଜାରି ରଖିଥିବା ଜଣାପଡିଛି ।