scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜମିବାଡି ପାଇଁ ସାନବୋହୂଙ୍କୁ ମାଡ ! ଥାନାରେ ମହିଳାଙ୍କ ଏତଲା  

23/09/2023 at 1:24 PM

ଭଦ୍ରକ ୨୩।୦୯ :  ସ୍ୱାମୀଙ୍କ ମୃତ୍ୟୁ ପରେ ଜମିବାଡି ଭାଗବଣ୍ଟା ହୋଇଛି । କିନ୍ତୁ ଏବେ ସଂପର୍କୀୟମାନେ ସମ୍ପତ୍ତି ହଡ଼ପ ପାଇଁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ଭଦ୍ରକ ସହରାଞ୍ଚଳ ଥାନାକୁ ଏପରି ଅଭିଯୋଗ ଆସିଛି । ଗୁରୁତର ଅବସ୍ଥାରେ ମେଡିକାଲରେ ଅଭିଯୋଗକାରିଣୀ ଭର୍ତ୍ତି ।

ଖବର ଅନୁଯାୟୀ, ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଆଇନ ଅନୁସାରେ ସମ୍ପତ୍ତି ଭାଗବଣ୍ଟା ହୋଇଥିଲା । ସେ ଶ୍ୱଶୁର ଘରେ ରହୁଥିବା ବେଳେ ତାଙ୍କର ଦେଢଶୁର ଏବଂ ସଂପର୍କୀୟମାନେ ତାଙ୍କୁ ଘରୁ ତଡିବା ସହ ସମ୍ପତ୍ତିକୁ ଦାଖଲ ପାଇଁ ମାଡ୍‌ପିଟ୍‌ କରୁଛନ୍ତି । ଏମିତି କି ମାଡ ମାରିବା ଯୋଗୁଁ ଅଭିଯୋଗକାରିଣୀ ଜଣଙ୍କ ଆହତ ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସହରାଞ୍ଚଳ ଥାନାରେ ଏନେଇ ମଧ୍ୟ ଅଭିଯୋଗ କରାଯାଇଛି ।

ତେବେ ଅଭିଯୋଗ ପରେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । କିନ୍ତୁ କୌଣସି ପକ୍ଷରୁ କିଛି ସୂଚନା ମିଳିନଥିବା ଜଣାପଡିଛି ।

ଆହୁରି ପଢନ୍ତୁ :

   Related Posts