ହାଟରେ ହତ୍ୟାକାଣ୍ଡ : ବାଉଁଶ ଠେଙ୍ଗାରେ ପିଟି ବୃଦ୍ଧଙ୍କୁ ମାରିଦେଲେ ବାପ-ପୁଅ

Published By : Prameya-News7 Bureau | June 14, 2020 IST

ବେତନଟୀ  ୧୪।୦୬: ବଡସାହି ଥାନା ତେନ୍ତୁଳିଗାଁରେ ହତ୍ୟାକାଣ୍ତ ଘଟିଛି ।  । ହତ୍ୟାକାଣ୍ତରେ ରବିନ୍ଦ୍ର ଦେହୁରି (୬୫)ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ  ସେହି ଗାଁର ରବି ସିଂ ଓ ଦିଲ୍ଲିପ ଜେନା  ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":285943,"sizeSlug":"large"}

ସୂଚନାଯୋଗ୍ୟ ଯେ,  ପୁର୍ବ ଶତୃତାକୁ ନେଇ ଗତକାଲି ରାତିରେ ତେନ୍ତୁଳିଗାଁ ସାପ୍ତାହିକ ହାଟରେ ଘଟିଛି ଏଭଳି ଘଟଣା । ରବିନ୍ଦ୍ର ଦେହୁରିକୁ ଗତକାଲି ରାତିରେ ଦିଲ୍ଲୀପ ଜେନା ଓ ତାଙ୍କର ପୁଅ ଗୋଲକ ବିହାରି ଜେନା ସହିତ ରବି ସିଂ ମିଳିତ ଭାବେ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ରବିନ୍ଦ୍ରଙ୍କ  ମୃତ୍ୟୁ ହୋଇଥିବା ସ୍ଥଳେ ଦିଲ୍ଲୀପ ଜେନା ଓ ରବି ସିଂ ଆହତ ହୋଇ ପୋଲିସ ହେପାଜତରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ବେତନଟୀ ଏସ୍.ଡି.ପି.ଓ  ,ବଡସାହି ଆଇ.ଆଇ.ସି  ଓ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ପୋଲିସ ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି ।            

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.