ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ

27/09/2021 at 8:09 AM

ନିମାପଡା, ୨୭।୦୯ : ଆଉ ୨ ଦିନ ପରେ ପିପିଲି ଭୋଟ୍ । ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ବିପକ୍ଷ ପ୍ରାର୍ଥୀଙ୍କୁ ଶବ୍ଦବାଣରେ ଆକ୍ରମଣ ମଧ୍ୟ କରୁଛନ୍ତି । ଆରୋପ ପ୍ରତ୍ୟୋରପ ରାଜନୀତି ବି ଲାଗି ରହିଛି । ତେବେ ଭୋଟ ଯେତିକି ପାଖଉଛି ନିର୍ବାଚନୀ ଉଷ୍ମତା ସେତେ ବଢିବାରେ ଲାଗିଛି । ଏହାମଧ୍ୟରେ ବିଜେପି କାର୍ଯ୍ୟାଳୟକୁ ପୋଡ଼ିବାକୁ କିଛି ଦୁର୍ବୁତ୍ତ ଉଦ୍ୟମ କରିଛନ୍ତି ।

ରବିବାର ରାତିରେ ଦୁର୍ବୃତ୍ତମାନେ ପିପିଲି  ସାତଶଙ୍ଖ ବିଜେପି କାର୍ଯ୍ୟାଳୟ ପୋଡିବା ସହ ବିଅର ବୋତଲରେ ପେଟ୍ରୋଲ ପୁରାଇ ମାଡ କରିଥିଲେ। ଫଳରେ ନିଆଁ ଲାଗିଯାଇଥିଲା । ବିଜେପି କର୍ମୀମାନେ ନିଆଁକୁ ଆୟତ୍ତ କରିଥିଲେ । ଯଦ୍ୱାରା ଏକ ବଡ ଧରଣର ଅଘଟଣ ଟଳି ଯାଇଥିଲା ।  

ଘଟଣାସ୍ଥଳରେ ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି । ନିର୍ବାଚନର ମାତ୍ର ୨ ଦିନ ପୂର୍ବରୁ ଏହି ଘଟଣା ନିର୍ବାଚନମଣ୍ଡଳୀର ରାଜନୀତି ପାଣିପାଗକୁ ସରଗରମ କରିଦେଇଛି ।

   Related Posts