ଏକାସାଙ୍ଗରେ ବାହାରିଲା ୩୬ ଜଣ ପଜିଟିଭ୍, ରାଗି ଗଲେ ଗାଁ ଲୋକେ, କରୋନା ଯୋଦ୍ଧାଙ୍କୁ କଲେ ଆକ୍ରମଣ

Published By : Prameya-News7 Bureau | September 01, 2020 IST

ପାଟଣା୧/୮: କରୋନା ଯୋଦ୍ଧାଙ୍କୁ ଆକ୍ରମଣ। କେନ୍ଦୁଝର ଜିଲ୍ଳା ସାହାରପଡା ବ୍ଲକ ଉଦୟପୁର ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ବି,ପି,ଏମ ଧିରେନ କୁମାର ମହନ୍ତଙ୍କୁ ଆକ୍ରମଣ ହୋଇଛି। କରୋନା ଡ୍ୟୁଟିରେ ଥିବା ସମୟରେ ଗତକାଲି ରାତି ୧୨ଟାରେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏହି ବ୍ଲକ ଗଣ୍ଡବେଡା ଗ୍ରାମରେ ଗତ ଶନିବାର ଲୋକଙ୍କ ସ୍ବାବ ଟେଷ୍ଟ ହୋଇଥିଲା। ସୋମବାର ସେହି ଗ୍ରାମର ୩୬ ଜଣଙ୍କ କରୋନା ପଜିଟିଭ୍ ଆସିବା ପରେ ପ୍ରଶାସନ ପକ୍ଷରୁ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ରହିବେ ବୋଲି ପରାମର୍ଶ ଦିଆଯାଇଥିଲା। ଗ୍ରାମର ଏତେ ଲୋକଙ୍କ ଏକାସାଙ୍ଗରେ ପଜିଟିଭ୍ ଆସିବା ନେଇ ଲୋକେ ଉତ୍ୟକ୍ତ ହୋଇ ବି,ପି, ଏମ୍‌ଙ୍କ ଘର ସାମ୍ନାରେ ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ ଗ୍ରୀଲକୁ ଭାଙ୍ଗି ରୁଜି ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.