Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଆତ୍ମହତ୍ୟା ଉଦ୍ୟମ ବେଳେ ଭାଙ୍ଗିଗଲା ଗଛ ଡାଳ, ଚାଲିଗଲା ଜୀବନ

6/07/2022 at 8:59 AM

ପାଟଣା ୦୬/୦୭: ସଜନା ଗଛ ଡାଳରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଭାଙ୍ଗିଗଲା ଡାଳ ତଳେ ପଡି ଯୁବକ ମୃତ । ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରୀ ଗ୍ରାମରେ । ଗ୍ରାମର ମଝି ସାହିର ଗୁରୁଚରଣ ନାଏକଙ୍କ ପୁଅ ଅରବିନ୍ଦ ନାଏକ ଘର ନିକଟରେ ଥିବା ଏକ ସଜନା ଗଛ ଡାଳରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ।

ଏହି ସମୟରେ ଗଛର ଡାଳ ଭାଙ୍ଗି ଯିବାରୁ ତଳେ ପଡି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଯୁବକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହାର ସଠିକ କାରଣ ଜଣା ପଡିନାହିଁ ।

   Related Posts