ଆର୍ଥିକ ଅନଟନ ! ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ବ୍ୟକ୍ତି

Published By : Prameya-News7 Bureau | November 05, 2022 IST

ରାଉରକେଲା ୦୫।୧୧ : ପରିବାରରେ ଥିଲା ଆର୍ଥିକ ଅନଟନ । ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା ପରି ଚରମ ସୀମାକୁ ବାଛି ନେଲେ ବ୍ୟକ୍ତି । ରାଉରକେଲା ଓରାମ ପଡ଼ାରୁ ଆସିଛି ଏମିତି କିଛି ଘଟଣା ।

ଖବର ଅନୁୟାୟୀ, ଭିନିତ ଅଗ୍ରଓ୍ୱାଲ ନାମକ ଜଣେ ରାଉରେକେଲା ବ୍ରାହ୍ମଣୀ ନଦୀର ୨ୟ ବ୍ରିଜ ଉପରେ ସ୍କୁଟି ରଖି ଆତ୍ମହତ୍ୟା କରିଥିଲେ । ହେଲେ ବଞ୍ଚିଯାଇଛି ଭିନିତଙ୍କ ଜୀବନ ।  ମାଛ ଧରୁଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଡଙ୍ଗା ଯୋଗେ କୂଳକୁ ଆଣିଥିଲେ । ପରେ ପୋଲିସକୁ ଖବର ଦିଆଯାଇଥିଲା ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିନିତଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ । ସେଠାରେ ତାଙ୍କୁ ଚିକିତ୍ସା କରି ଘରେ ଛାଡିଦିଆଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.