ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପ୍ରେମରେ ହେଲେ ବିଫଳ, ଚଳନ୍ତା ଟ୍ରେନ୍ ଆଗକୁ ଡେଇଁଲେ ମନୋଜ

23/08/2021 at 9:58 AM

ସୋର ୨୩।୦୮: ପ୍ରେମରେ ବିଫଳ , ଟ୍ରେନ୍‌ ଲାଇନ୍‌ରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ସୋର ରେଳ ଷ୍ଟେସନରୁ କିଛି ଦୂରରେ ଘଟିଛି ଘଟଣା । ଗୁରୁତର ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ନାମ ମନୋଜ ନାୟକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଭଦ୍ରକ ବାସୁଦେବପୁର ଲକ୍ଷ୍ମୀଦାସପୁର ମନୋଜ ପ୍ରେମରେ ବିଫଳ ହୋଇ ନିଜର ମାନସିକ ଭାରସାମ୍ୟ ହରାଇବସିଥିଲେ । ଯାହାକି ଶେଷରେ ଆତ୍ମହତ୍ୟା କରିବା ପାଇଁ ନେଇଯାଇଥିଲା । ସୋର ରେଳ ଷ୍ଟେସନ୍‌ ନିକଟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମନୋଜ । ଆତ୍ମହତ୍ୟା କରିବା ପାଇଁ ଟ୍ରେନ୍‌ ଲାଇନ୍‌ରେ ଶୋଇପଡିଥିଲେ । ଟ୍ରେନ୍‌ ଆସିବ ଦେଖି ମନୋଜ ଦୌଡି ପଳେଇ ଆସିବାକୁ ଚେଷ୍ଟ କରିଥିଲେ । କିନ୍ତୁ ଅସଫଳ ହୋଇଥିଲେ । କିନ୍ତୁ ସେହି ସମୟରେ ଟ୍ରେନ୍‌ ଧକ୍କା ଦେଇଥିଲେ । ଯାହାଫଳରେ ଯୁବକ ଜଣଙ୍କ ଛିଟିକି ପଡିଥିଲେ । ତେବେ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ଗୋଡ଼ କଟିଯାଇଥିବାର ସୂଚନା ମିଳିଛି । ଦୁର୍ଘଟଣା ସଂପର୍କରେ ଖବର ପାଇଁ ସ୍ଥାନୀୟ ଲୋକ ଓ ଷ୍ଟେସନ କର୍ମଚାରୀ ମନୋଜଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ।

   Related Posts