ହୋଟେଲ୍‌ରେ ବିଷ ପିଇଲେ ପ୍ରେମୀଯୁଗଳ, ପ୍ରେମିକ କଟକ ସ୍ଥାନାନ୍ତର

Published By : Prameya-News7 Bureau | October 18, 2022 IST

ପୁରୀ ୧୮।୧୦ : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ପୁରୀର ଏକ ହୋଟେଲରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ପୁରୀ ସିଟି ରୋଡ଼ ସ୍ଥିତ ଏକ ଘରୋଇ ହୋଟେଲରେ ଘଟିଛି ଏଭଳି ଘଟଣା। ଉଭୟ ବିଷ ପାନ କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଉଭୟଙ୍କୁ ହୋଟେଲ କର୍ତ୍ତୃପକ୍ଷ ଉଦ୍ଧାର କରି ଚିକିତ୍ସା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ପ୍ରେମିକର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ତଦନ୍ତ ଜାରି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.