ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପ୍ରେମ ବିବାହ ତିଷ୍ଠିଲାନି ୩ ମାସ ! ରଶି ଲଗାଇ ଆତ୍ମହତ୍ୟା କଲେ ନବବଧୂ, ସ୍ୱାମୀ ଗିରଫ

11/06/2022 at 5:17 PM

ଟାଙ୍ଗୀ ୧୧: ମହଙ୍ଗା ପଡିଲା ପ୍ରେମ ବିବାହ । ବାହାଘରକୁ ବିତିଛି ମାତ୍ର ୩ ମାସ । ନିର୍ଯାତନା ସହି ନପାରି ନବବଧୂ ଜଣକ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ଏପଟେ ଅଧିକ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ନବବଧୂଙ୍କୁ ହତ୍ୟା କରିଛନ୍ତି ବୋଲି ମୃତ ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମୃତା ନବବଧୂଙ୍କ ସ୍ବାମୀଙ୍କୁ ଗିରଫ କରିବା ସହ ମୃତଦେହକୁ ଜବତ କରି ପ୍ରାଥମିକ ତଦନ୍ତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡି ଗ୍ରାମର ଦୀପକ ବେହେରାଙ୍କ ସହିତ ପୁରୀ ଜିଲ୍ଲା କଣାସ ଥାନା ଅଧିନସ୍ଥ ଅଁଳାଯୋଡି ଗ୍ରାମର ପଞ୍ଚାନନ ରାଉତଙ୍କ ଝିଅଙ୍କର ଫେସବୁକରେ ବନ୍ଧୁତା ହୋଇଥିଲା । ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିବା ସତ୍ତ୍ବେ ପିଲାଙ୍କ ଖୁସି ପାଇଁ ବୈଦିକ ରୀତିରେ ୩ମାସ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲା ।

କିଛି ଦିନ ଭଲରେ ଘର ସଂସାର ଚାଲିଲା ତାପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା । ଯାହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଝିଅଘର ଲୋକେ ଯୌତୁକ ମଧ୍ୟ ଦେଲେ ହେଲେ ବିବାଦ କମିଲା ନାହିଁ । ଶୁକ୍ରବାର ବିଳମ୍ବିତ ରାତିରେ ପିଙ୍କି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଯୌତୁକ ପାଇଁ ସ୍ବାମୀ କାହ୍ନା ଏବଂ ତାଙ୍କର ପରିବାର ଲୋକେ ଚକ୍ରାନ୍ତ କରି ତାଙ୍କ ଝିଅକୁ ହତ୍ୟା କରିଛନ୍ତି ବୋଲି ମୃତ ମହିଳାଙ୍କ ବାପା-ମା’ ଅଭିଯୋଗ କରିଛନ୍ତି ।

ସେପଟେ ଭାଉଜ ଭଲ, ଘରେ କୌଣସି କଳି-ଝଗଡା ନଥିଲା ହେଲେ କାହିଁକି ସେ ଏଭଳି ଆତ୍ମହତ୍ୟା କଲେ ସେକଥା ଜଣାନାହିଁ ବୋଲି ମୃତକଙ୍କ ଦିଅର କହିଛନ୍ତି ।

   Related Posts