ସମ୍ବଲପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ, କୀଟନାଶକ ପିଇ ହାରିଲେ ଜୀବନ

Published By : Prameya-News7 Bureau | August 02, 2022 IST

ସମ୍ବଲପୁର ୦୨।୦୮ : ସମ୍ବଲପୁରରେ ଚାଷୀ ଆତ୍ମହତ୍ୟା ଅଭିଯୋଗ । ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଶେରଷୁଆଁତଲ୍ ଗାଁରୁ ଆସିଛି ଏହି ଦୁଃଖଦ ଖବର । ମୃତକ ଚାଷୀ ଜଣକ ହେଲେ ଭେଲିସିଟି ଗୋପାଳ କ୍ରିଷ୍ଣ ।

ଖବର ଅନୁଯାୟୀ, ଜମି ମାଲିକ ଧାନବିକ୍ରି ପଇସା ନଦେବାରୁ  ଆର୍ଥିକ ସଂକଟ ଯୋଗୁଁ ଏହି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭେଲିସିଟି ଗୋପାଳକ୍ରିଷ୍ଣା  କୁଡେସେରା ଗାଁର ଜଣେ ବ୍ୟକ୍ତିଙ୍କ ଜମି କର ଆକାର ଚାଷ କରିବା ସହ ଜମି ମାଲିକ ନାଁରେ ଧାନ ବିକ୍ରି କରୁଥିଲେ । ଫଳରେ ଜମି ମାଲିକ  ଆକାଉଣ୍ଟକୁ  ପଇସା ଯାଉଥିଲା । ହେଲେ ଧାନ ଚାଷ ସମୟ ଚାଲିଥିବାବେଳେ ବାରମ୍ବାର ପଇସା ମାଗିବା ସତ୍ତ୍ବେ ସେ ପଇସା ଫେରାଇବାରୁ ଆଜି ସକାଳେ  କୀଟନାଶନ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ବୁର୍ଲା ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.