ଶ୍ୱଶୁର ଘର ପଛପଟୁ ମିଳିଲା ଜ୍ୱାଇଁର ମୃତଦେହ, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | October 04, 2022 IST

ପାଟଣା ୦୪।୧୦ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶ୍ୱଶୁର ଘର ପଛପଟୁ ଜ୍ୱାଇଁଙ୍କ  ଝୁଲନ୍ତା ମୃତଦେହ  ଠାବ । ମୃତକ ଘଟଗାଁ ଥାନା ପାନପୋଷ ଗାଁର ବିନୋଦ ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ,  ବିନୋଦ ତାଙ୍କ ଶ୍ୱଶୁର ବିରଞ୍ଚି ବେହେରାଙ୍କ ଘର ଗଣ୍ଡବେଡ଼ା ଗାଁରେ ଘର ଜ୍ୱାଇଁ ଭାବେ ରହୁଥିଲେ । ହେଲେ ମଙ୍ଗଳବାର ସକାଳୁ ହଠାତ୍‌ ବିନୋଦ ଘରେ ନଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ । ଏହାପରେ ତାଙ୍କୁ ଘର ପଛ ପଟରେ ଥିବା ବାଉଁଶ ଗଛରୁ ଝୁଲନ୍ତା ମୃତେଦେହ ମିଳିଥିଲା । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ଏହା ଆତ୍ମହତ୍ୟା ନା ଆଉ କିଛି । ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଗ୍ରାମବାସୀମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.