ଗଛରେ ଝୁଲିପଡିଲେ ପାରା ମେଡିକାଲ ଛାତ୍ରୀ, ମୃତ୍ୟୁ ପୂର୍ବରୁ ଡାଏରୀରେ ଲେଖିଲେ…

Published By : Prameya-News7 Bureau | March 05, 2022 IST

ପାଟଣା ୦୫।୦୩  : ଘର ନିକଟରୁ ପାରା ମେଡିକାଲ ଛାତ୍ରୀଙ୍କ ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ପାଟଣା କୁଚେଇବେଡ଼ା ଗାଁର ନିକଟରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ପାରା ମେଡିକାଲ ଛାତ୍ରୀଜଣଙ୍କ ଭୁବନେଶ୍ୱରରେ ରହି ପଢୁଥିଲେ । କିଛି ଦିନ ହେବେ ଘରକୁ ଆସିଥିଲେ । ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଠ ପଢୁଥିଲେ । ହେଲେ ଶନିବାର ସକାଳ ସମୟରେ ଘର ପାଖରେ ଥିବା କୁସୁମ ଗଛରୁ ତାଙ୍କର ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିବା ବେଳେ ମୃତଦେହ ନିକଟରୁ ଏକ ଡାଏରୀ ଜବତ ହୋଇଛି । ଏହି ଡାଏରୀରେ ସେ ଲେଖିଛନ୍ତି ଯେ, ‘ମୋତେ ଏ ଦୁନିଆ ଆଉ ଭଲ ଲାଗୁନି’ । ସେପଟେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । ଏପରିକି ସେ ତାଙ୍କ ଡାଏରୀରେ ଏପରି କାହିଁକି ଲେଖିଛନ୍ତି । ସେନେଇ ଖୋଳତାଡ଼ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.