କଳିଝଗଡ଼ା ଲାଗୁଥିଲା : ସ୍ୱାମୀ କରିଦେଲା ଆତ୍ମହତ୍ୟା, ଖବର ପାଇବା ପରେ ଜୀବନ ହାରିବାକୁ ଯାଇ ସ୍ତ୍ରୀ ଗୁରୁତର

Published By : Prameya-News7 Bureau | December 02, 2020 IST

ନିଶ୍ଚିନ୍ତକୋଇଲି ୦୨।୧୨: କଟକ ଜିଲ୍ଲା ମାହାଙ୍ଗା ଥାନା ଅସୁଲପୁର ବଜାରରେ ଅଘଟଣ । ଘରୋଇ କଳିରୁ ସ୍ୱାମୀର ଆତ୍ମହତ୍ୟା । ସ୍ୱାମୀର ଆତ୍ମହତ୍ୟା ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ । ମୃତ ବ୍ୟକ୍ତି ମାନସ ବେହେରା ବୋଲି ଜଣାପଡିଛି । ସେପଟେ ଗୁରୁତର ଅବସ୍ଥାରେ ସ୍ତ୍ରୀ ଉଷସୀ ବେହେରାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିବାହର ଏକ ବର୍ଷ ନପୂରୁଣୁ ଏଭିଳି ଅଭାବନୀୟ ଅଘଟଣ ଘଟିଛି ।

ଖବର ଅନୁଯାୟୀ, ମାହାଙ୍ଗ ଥାନା ଅସୁଲପୁର ବଜାରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାହାଙ୍ଗା ଥାନା  ବାସୁଦେବ ପଞ୍ଚାୟତର ବାଣପୁର  ଗାଁର ବିଷ୍ଣୁଚରଣ ବେହେରାଙ୍କ କନ୍ୟା ଗୋତରା ପଞ୍ଚାୟତ ପ୍ରହରାଜ ପୁର ଗାଁର ବସନ୍ତ ବେହେରାଙ୍କ ଏକ ମାତ୍ର ପୁତ୍ର ମାନସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।  ଗତ ମାର୍ଚ୍ଚରେ ମାସରେ ଏହି ବାହାଘର ହୋଇଥିଲା । ତେବେ ବିବାହ କିଛି ଦିନ ଧରି ଉଭୟଙ୍କ ସଂସାର ଠିକ୍‌ଠାକ୍‌ ଚାଲିଥିଲା । କିନ୍ତୁ ଆଜି ସକାଳୁ ସକାଳୁ ଅସୁଲୁପୁର ବଜ଼ାରରେ ଥିବା ନିଜର ହାର୍ଡୱାର ଦୋକାନରେ ପୂଜା କରିବା ପାଇଁ ଯାଇ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ବିଦ୍ୟୁତ୍ ବେଗରେ ଖବର ପ୍ରସାରିତ ହୋଇଥିଲା ।

ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ଘରେ ଥିବା ସ୍ତ୍ରୀ ଘରେ ଥିବା ଏକ ସିଲିଙ୍ଗ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପରିବାର ଲୋକ ବୋହୂର ଚିତ୍କାର ଶୁଣି ବୋହୂଙ୍କୁ ଉଦ୍ଧାର କରି ପ୍ରଥମେ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର , ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ପୁଅର ପରିବାର ପକ୍ଷରୁ ଭଦ୍ରେଶ୍ୱର ଫାଣ୍ଡିରେ ଏକ ଲିଖିତ ଏତଲା  ଦିଆଯିବା ପରେ ପୋଲିସର ତଦନ୍ତ ଆରମ୍ଭ କରିଛି ।  କ'ଣ ଓ କେଉଁ ପାଇଁ ନବବିବାହିତା ସ୍ବାମୀ-ସ୍ତ୍ରୀ ମୃତ୍ୟୁର ପଥ ବାଛି ନେଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.