ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ

Published By : Prameya-News7 Bureau | October 28, 2022 IST

ସାଲେପୁର ୨୮।୧୦ : ବିବାହିତ ମହିଳାଙ୍କ ମୃତଦେହ ଠାବ । କଟକ ଜିଲ୍ଲା ସାଲେପୁର ଥାନା ଦାରିୟାପୁର ଗାଁରୁ ମିଳିଛି ମୃତେଦେହ । ମୃତ ମହିଳା ମାହାଙ୍ଗା ଥାନା ଜଗନାଥପୁର ଗ୍ରାମର ଫରିଦା ବିବି ଓ ସୋଏବ ମୁସ୍ତଫା ଙ୍କ କନ୍ୟା ସାଇସ୍ତା ବେଗମ ବୋଲି ଜଣାପଡିଛି । ମୃତ ମହିଳାଙ୍କ ପରିବାର ପକ୍ଷରୁ ସାଲେପୁର ଥାନାରେ ହତ୍ୟା ଅଭିଯୋଗ ।

ଖବର ଅନୁଯାୟୀ,  ସାଲେପୁର ଥାନା ଦାରିୟାପୁର ଗାଁର ଶେଖ ସନାଙ୍କ ପୁତ୍ର ଶେଖ ସୁରଜଙ୍କୁ ମୁସଲିମ ଧର୍ମ ଅନୁଯାୟୀ ବିବାହ କରିଥିଲେ ସାଇସ୍ତା ବେଗମ୍‌ l ବିବାହକୁ ୫ ବର୍ଷ ହୋଇଯାଇଥିଲେ ମଧ୍ୟ ବହୁ ସମୟରେ ସାଇସ୍ଥାକୁ ଶାଶୁ ସମୀମା ବିବି, ସ୍ୱାମୀ ଶେଖ ସୁରଜ, ନଣନ୍ଦ ଫଜି ବିବି ଅନେକ ସମୟରେ ମାନସିକ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ ବୋଲି ଅଭିଯୋଗ ଆସିଛି ।ତେବେ ଅଭିଯୋଗ ଅନୁଯାୟୀ ୨୭.୧୦.୨୨ ରିଖ ସନ୍ଧ୍ୟା ସମୟରେ ଶେଖ ସୁରଜ ଝିଅର ପରିବାର ଲୋକଙ୍କୁ ଫୋନ କରି କହିଲେ କି ତୁମ ଝିଅ ରସି ଦେଇ ଆତ୍ମହତ୍ୟା କରିଛି  । ଆମ୍ଭେ ତୁମ ଝିଅକୁ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଆସୁଛି । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।ଶାଶୁ ଘର ଲୋକ ଝିଅ କୁ ମାରି ଆତ୍ମହତ୍ୟା ର ରୂପ ଦେବାକୁ ଷଡଯନ୍ତ୍ର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାଇସ୍ତାଙ୍କ ମା। ଏନେଇ ସାଲେପୁର ଥାନାରେ ମଧ୍ୟ ଲିଖିତ ଭାବେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏପିରିକି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମହିଳାଙ୍କ ସ୍ୱାମୀଙ୍କ ମଧ୍ୟ ଅଟକ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.