ପୂର୍ବତନ ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ, ଭିଜିଲାନ୍ସ ସ୍କାନରରେ ଥିଲେ ଦେବାନନ୍ଦ

Published By : Prameya-News7 Bureau | December 28, 2022 IST

କଳାହାଣ୍ଡି ୨୮।୧୨ : ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଭବାନିପାଟଣା ମେଡିକାଲରେ ଭର୍ତ୍ତି କରିଛନ୍ତି । ଲାଞ୍ଜିଗଡ ବ୍ଲକ୍ ପାହାଡପଦର ପଞ୍ଚାୟତର ପିଇଓ ଥିଲେ ଦେବାନନ୍ଦ ସାଗର ।

{"id":726448,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଧର୍ମଗଡ ଥାନା ସିଲିପା ଗାଁରେ ନିଜ ଘରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦେବାନନ୍ଦ । ସେ ପଞ୍ଚାୟତର ଅର୍ଥ ହେରଫେର ମାମଲାରେ ଛନ୍ଦି ହୋଇଥିଲେ । କଳାହାଣ୍ଡି ଜିଲ୍ଳାପାଳ ମଙ୍ଗଳବାର ଦିନ ତାଙ୍କୁ ନିଲମ୍ବିତ କରିଥିଲେ । ଭିଜିଲାନ୍ସ ସ୍କାନରରେ ଥିଲେ ଦେବାନନ୍ଦ । ଭିଜିଲାନ୍ସ ଗିରଫ କରିବା ଭୟରେ ଦେବାନନ୍ଦ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଧର୍ମଗଡ ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.