oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଠାବ, ଝିଅ ପରିବାର ଆଣିଲେ ହତ୍ୟା ଅଭିଯୋଗ

24/07/2021 at 10:58 AM

ଯାଜପୁର ୨୪।୦୭: କୋରାଇ ଥାନା ଜୁଗଳ ଗାଁରେ ଦମ୍ପତିଙ୍କ ଆତ୍ମହତ୍ୟା। ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ସ୍ବାମୀଙ୍କ ନାମ ଶାନ୍ତନୁ ଜେନା ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ସବିତା ଜେନା ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଶୁକ୍ରବାର ରାତିରେ ସ୍ୱାମୀ ଓ ସ୍ତ୍ରୀ ଖିଆପିଆ କରି ଶୋଇବାକୁ ଯାଇଥିଲେ । ପରେ ପୁଅର ପାଟି ଶୁଣି ପରିବାର ଲୋକେ ଉଠିଆସିଥିଲେ , ହେଲେ ଦେଖିଲା ବେଳକୁ  ପୁଅ-ବୋହୂଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । କିଛି ସମୟ ପରେ ଘର ପଛ ପାଖରେ ଥିବା ଏକ ଗଛରେ ପୁଅର ମୃତଦେହ ଦେଖିଥିଲେ। ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ।

ସେପଟେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି  ମୃତ ମହିଳାଙ୍କ ପରିବାର । ଗତ ୫ ବର୍ଷ ହେବ ଦମ୍ପତି ବିବାହ କରିଥିବା ବେଳେ ତାଙ୍କର ଛୁଆପିଲା ନାହାନ୍ତି। ତେଣୁ ଏନେଇ ବିଭିନ୍ନ ସମୟରେ ତାଙ୍କ ସ୍ବାମୀଙ୍କ ସହ ତାଙ୍କ ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ। ପୂର୍ବରୁ ଅନେକଥର ସ୍ବାମୀ -ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । ଯାହାଫଳରେ ସ୍ତ୍ରୀ ବାପଘରକୁ ଚାଲିଯାଉଥିଲେ। ତେବେ ଏହି କାରଣରୁ ପ୍ରଥମେ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ସ୍ବାମୀ ଆତ୍ମହତ୍ୟା କରିଥିବା ମୃତ ମହିଳାଙ୍କ ପରିବାର ଲୋକେ କହିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts