କଟକରେ ଚାଞ୍ଚଲ୍ୟ, ସ୍କୁଲ ବାରଣ୍ଡାରେ ଝୁଲିପଡିଲେ ପ୍ରେମୀଯୁଗଳ

Published By : Prameya-News7 Bureau | April 30, 2022 IST

କଟକ ୩୦।୦୪: ସ୍କୁଲ ବାରଣ୍ଡାରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କଟକ ସଦର ଥାନା ଅନ୍ତର୍ଗତ ଶଂଖତରାସ ହାଇସ୍କୁଲ ବାରଣ୍ଡାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବେକରେ ରଶି ଲଗାଇ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ନିକଟସ୍ଥ ଗାଁର ହୋଇଥିବା ସୂଚନା ମିଳିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କଟକ ସଦର ଥାନା ପୋଲିସ।

ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ସ୍କୁଲ ବାରଣ୍ଡାରେ ଦୁଇ ଜଣଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ତୁରନ୍ତ ସଦର ଥାନା ପୋଲିସକୁ ଖବର ଦେଇଥିଲେ । ସଦର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୨ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ମୃତକ ୨ଜଣ ପ୍ରେମୀଯୁଗଳ ବୋଲି ସୂଚନା ରହିଛି । ତେବେ ସେମାନେ କାହିଁକି ଏପରି ନିଷ୍ପତ୍ତି ନେଲେ, ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ । ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟବାସିନ୍ଦା ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.