ଗାଁ ଜଙ୍ଗଲରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | May 17, 2022 IST

ବୌଦ୍ଧ ୧୭।୦୪ : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତକଙ୍କ ନାମ ସୁରେଶ ସାହୁ ବୋଲି ଜଣାପଡିଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କହଂରପଡ଼ା ଗାଁର ଘଟଣା । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବୌଦ୍ଧ ସଦର ବ୍ଲକ ଶଗଡ଼ା ପଞ୍ଚାୟତ କହଁରପଡ଼ା ଗାଁରେ ୩୨ ବର୍ଷୀୟ ଯୁବକ ସୁରେଶ ସାହୁଙ୍କ ମୃତଦେହ ଜଙ୍ଗଲରୁ ଠାବ ହୋଇଛି । ସୋମବାର ରାତିରେ ଘରେ ସମସ୍ତ ଖାଇ ସାରି ଶୋଇବା ପରେ ସୁରେଶ କେଉଁଆଡ଼େ ପଳାଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି ପରେ ଶେଷରେ ଗାଁ ଜଙ୍ଗଲରୁ ସୁରେଶଙ୍କ ମୃତଦେହ ଠାବ ହୋଇଛି । ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରେଶଙ୍କ ଝୁଲନ୍ତା ମୃତଦେହକୁ ଠାବ କରିଛି । ପୋଲିସର ପ୍ରାରମ୍ଭିକ ରିପୋର୍ଟରୁ ଏହା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେପଟେ ମନମୁଣ୍ଡା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.