ପ୍ରଜ୍ଞା ଧଳ ଆତ୍ମହତ୍ୟା ଘଟଣା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

Published By : Prameya-News7 Bureau | August 28, 2022 IST

ଭୁବନେଶ୍ୱର ୨୮।୦୮: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳର ପ୍ରଜ୍ଞା ପାରମିତା ଆତ୍ମହତ୍ୟା ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତାଙ୍କର ଶରୀରର ଅନ୍ୟ କୌଣସି ସ୍ଥାନରେ ଚିହ୍ନ ନାହିଁ । ଯଦି ବିଷ କିମ୍ବା ନିଶାଦ୍ରବ୍ୟ ରହିଛି , ତାହା ଭିସେରା ରିପୋର୍ଟରେ ଆସିବ । କିନ୍ତୁ ଏନେଇ ପ୍ରଜ୍ଞାଙ୍କ ପରିବାର ଲୋକେ କୌଣସି ଅଭିଯୋଗ କରିନାହାନ୍ତି । ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ।

ଖବର ଅନୁଯାୟୀ, ଗତ ୨୫ ତାରିଖରେ ଭଗବତ ସନ୍ଧାନରେ ରାତିରେ ଭୋଜି ଖାଇ ସାରିବା ପରେ ସକାଳେ ଆତ୍ମହତ୍ୟା କରିଥିଲେ ପ୍ରଜ୍ଞା । ରସୁଲଗଡ ସ୍ଥିତ ଭାଗବତ ସନ୍ଧାନ ଶାନ୍ତି ନିବାସରେ ମହିଳାଙ୍କ ଆତ୍ମହତ୍ୟା ପରେ ପୋଲିସ୍ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ । ମହିଳାଙ୍କ ନାମ ପ୍ରଜ୍ଞା ପାରମିତା ଧଲ୍ । ପ୍ରଜ୍ଞାଙ୍କ ପରିବାର ଓ ପଡୋଶୀଙ୍କ ସହ ଭୋଜି କରି ଫେରିଥିଲେ । ହେଲେ ସକାଳେ ରୁମରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ପରିବାର ଲୋକ ଦେଖିବାକୁପାଇଥିଲେ । ପରେ ମଞ୍ଚେଶ୍ଵର୍ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏବେ ଯାଏଁ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.