ପ୍ରେମ ପାଇଁ ଜୀବନ ହାରିଲେ ଯୁବତୀ ! ଫ୍ୟାନ୍‌ରେ ଝୁଲିପଡିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର

Published By : Prameya-News7 Bureau | August 21, 2022 IST

ଭୁବନେଶ୍ୱର ୨୧।୦୮: ଫ୍ୟାନ୍‌ରେ ଝୁଲିପଡିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର । ଭୁବନେଶ୍ୱର ଚନ୍ଦ୍ରେଶଖରପୁର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତ ଯୁବତୀଙ୍କ ନାମ ଶ୍ୱେତ ଉତ୍କଳ କୁମାରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ,  ଶ୍ୱେତା ଉତ୍କଳ କୁମାରୀ ଇନ୍‌ଫୋସିସ୍‌ରେ ସଫ୍ଟଓ୍ୱେୟାର ଇଞ୍ଜିନିୟର ଭାବ କାମ କରନ୍ତି । ହେଲେ ଏବେ ସେ ରହୁଥିବା ଆପର୍ଟମେଣ୍ଟର କୋଠରୀରୁ ଝୁଲନ୍ତା ମୃତଦେହ ଠାବ ହୋଇଛି । ଘରେ ଲାଗିଥିବା ଫ୍ୟାନ୍‌ରୁ ଝୁଲନ୍ତା ମୃତଦେହ ଠାବ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ତେବେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ଆଉ କଣ ? ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ପୋଲିସ ପ୍ରେମ ପାଇଁ ଜୀବନ ହାରିଥିବା ନେଇ ସନ୍ଦେହ କରୁଛି । ଏନେଇ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ଡାକି ଥାନାରେ ଜେରା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.