ସହିପାରିଲେନି ଶାଶୂଘର ନିର୍ଯାତନା ! ଆତ୍ମହତ୍ୟା କରିଦେଲେ ନବବଧୂ

Published By : Prameya-News7 Bureau | August 07, 2022 IST

ଭୁବନେଶ୍ୱର ୦୭।୦୮ : ନବବଧୂଙ୍କ ଆତ୍ମହତ୍ୟା ଅଭିଯୋଗ। ଶାଶୂ ଘର ଲୋକଙ୍କ ନିର୍ଯାତନା ସହିନପାରି ନବ ବଧୂ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଜିଜିପି କାଲୋନୀରେ ଘଟଣା ଘଟିଛି । ମୃତକ ନିଆଳିର ପ୍ରଜ୍ଞା ପାରାମିତା ସ୍ୱାଇଁ ।

ଖବର ଅନୁଯାୟୀ, ୨୦୨୨ ଜୁନ ୮ ରେ ଭୁବନେଶ୍ବର ପଟିଆରେ ରହୁଥିବା ପ୍ରଶାନ୍ତ ପାତ୍ରଙ୍କୁ ବିବାହ କରିଥିଲେ ପ୍ରଜ୍ଞା । କ୍ୟାନ୍ସର ହୋଇଥିବା ସନ୍ଦେହରେ ପ୍ରଜ୍ଞାଙ୍କୁ ଶାଶୂ ଘର ଲୋକେ ଘରୁ ବାହାର କରି ଦେଇଥିଲେ। କ୍ୟାନ୍ସର ନୁହେଁ, ବରଂ ତାଙ୍କ ଦାନ୍ତ ବିନ୍ଧା ହେଉଥିବା ନେଇ ପରେ ଜଣାପଡିଥିଲା । ମାନସିକ ଚିନ୍ତାରେ ବେକରେ ରଶି ଲଗାଇ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେପଟେ ପ୍ରଜ୍ଞାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.