ପ୍ରେମରେ ହେଲେ ବିଫଳ ! ପ୍ରେମିକାକୁ ଭିଡିଓ କଲ୍‌ କରି ଝୁଲିପଡିଲେ ଯୁବକ

Published By : Prameya-News7 Bureau | January 19, 2023 IST

ଭୁବନେଶ୍ବର ୧୯।୦୧ : ଆଉ ଜଣେ ଯୁବକଙ୍କ ଆତ୍ମହତ୍ୟା । ଭିଡିଓ କଲ୍‌ରେ ଝୁଲିପଡିଲେ ଯୁବକ । ମୃତକ ନୟାଗଡ଼ର ସର୍ବେଶ୍ୱର ପରିଡ଼ା ବୋଲି ଜଣାପଡିଛି । ଲିଙ୍ଗରାଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ,  ନୟାଗଡ଼ର ସର୍ବେଶ୍ୱର ପରିଡ଼ା ଭୁବନେଶ୍ୱରର ପୁରୁଣା ଭୁବନେଶ୍ୱରରେ ରହୁଥିଲେ । ସେ ଏଠାର ଏକେ ଗାଡି ସର୍ଭିସ ସେଣ୍ଟରରେ କାମ କରୁଥିଲେ । ହେଲେ ପ୍ରେମରେ ବିଫଳ ହେବାରୁ ନେଇଗଲେ ଚରମ ନିଷ୍ପତ୍ତି । ଆଉ ପ୍ରେମିକାକୁ  ଭିଡିଓ କଲ୍‌ କରି ଆତ୍ମହତ୍ୟା କରିଦେଲା ଯୁବକ । ବେକରେ ଗାମୁଛା ଲଗାଇ  ଝୁଲିପଡିଲେ ସର୍ବେଶ୍ୱର ।

ଏହାପରେ ସ୍ଥାନୀୟ ଲିଙ୍ଗରାଜ ପୋଲିସକୁ ତୁରନ୍ତ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.