ଟୋକନ ମିଳିଥିଲେ ବି ବିକ୍ରି ହେଉନଥିଲା ଧାନ, ସଂଗ୍ରହ କେନ୍ଦ୍ରରେ ବିଷ ପିଇଲେ ଚାଷୀ

Published By : Prameya-News7 Bureau | February 27, 2021 IST

ଭଦ୍ରକ ୨୭।୦୨: ରାଜ୍ୟରେ ଥମୁନି ଚାଷୀ ବିବାଦ । ଯାହାକୁ ନେଇ ବିଧାନସଭାରେ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଥିବା ବେଳେ ଭଦ୍ରକରୁ ଆସିଛି ଏକ ଦୁଃଖଦ ଖବର । ଟୋକନରେ ଧାର୍ଯ୍ୟ ଦିନ ପରେ ମଧ୍ୟ ଧାନ ନେଲେନି । ଶେଷରେ ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇଛନ୍ତି ଚାଷୀ । ଗୁରୁତର ଭାବେ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ,  ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର ମହିଳା ଗୋଷ୍ଠି କୁ ଧାନ କିଣା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଟୋକନ ତାରିଖ ବିତିଯାଇଥିଲେ ମଧ୍ୟ ଧାନ ନନେବାରୁ , ବାରମ୍ବାର ଚାଷୀ ଜଣକ କ୍ରୟ କେନ୍ଦ୍ରକୁ ଯାଇ ଫେରୁଥିଲେ । ଟୋକନ ତାରିଖ ଯିବା ପରେ ମଧ୍ୟ ଦାୟିତ୍ୱରେ ଥିବା ମହିଳା ଗୋଷ୍ଠୀ ଧାନ ନେଇନଥିଲେ। ଆଜି ପୁଣି ରାମକୃଷ୍ଣ ପଣ୍ଡା ନାମକ ଚାଷୀ ଧାନ ସଂଗ୍ରହ କେନ୍ଦ୍ରକୁ ଯାଇଥିଲେ । ସେଠାରେ ତାଙ୍କ ଟୋକନ ତାରିଖ ପରେ ଧାନ ନନେବାରୁ ସଂଗ୍ରହ କେନ୍ଦ୍ରରେ ବିଷ ପିଇ ଥିଲେ , ଏହା ପରେ  ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.