ଗାଳି କରିବା ସହ ଧମକାଇଥିଲେ ଯୁବକ ! ଘରେ ଓଢଣୀରେ ଆତ୍ମହତ୍ୟା କରିଦେଲେ ଯୁବତୀ

Published By : Prameya-News7 Bureau | December 04, 2022 IST

ଭଦ୍ରକ ୦୪।୧୨ :  ଯୁବତୀଙ୍କ ଆତ୍ମହତ୍ୟା । ଭଦ୍ରକ ଟାଉନ୍‌ ଥାନା ଅଧିନ ଚରମ୍ପା ଅଞ୍ଚଳରେ ଜଣେ ଯୁବତୀ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଜଣେ ଯୁବକଙ୍କ ପାଇଁ ଆତ୍ନହତ୍ୟା କରିଥିବା ଥାନାରେ ଅଭିଯୋଗ ।

ଖବର ଅନୁଯାୟୀ,  ଯୁବତୀ ଜଣକ ସନ୍ଧ୍ୟା ବେଳେ ମ୍ୟାଗି ଖାଇବା ପାଇଁ କହିଥିଲେ । ତାଙ୍କ ମାଆ ଓ ଭାଇ ମ୍ୟାଗି ଆଣିବା ପାଇଁ ବଜାରକୁ ଯାଇଥିବା ବେଳେ ଘରେ କେହି ନଥିଲେ । ଘର ଲୋକେ ଘରେ ପହଞ୍ଚି ଝିଅ ବେକର ଓଢଣୀ ଲଗାଇ ଦେଇ ଆତ୍ମହତ୍ୟା କରଥିବା ଦେଖିଥିଲେ । ପରିବାର ଲୋକମାନେ ଅଭିଯୋଗ କରିଛନ୍ତି ଜଣେ ଯୁବକ ୮ ଦିନ ପୂର୍ବରୁ  ତାଙ୍କ ଝିଅକୁ ଧମକ ଦେବା ସହ ଗାଳି ଗୁଲଜ କରିଥିଲେ । ଯୁବକଙ୍କ ପାଇଁ ତାଙ୍କ ଝିଅ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ବୋଲି ଘର ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି ପରିବାର ଲୋକ । ପୋଲିସ ସଠିକ ଭାବେ ତଦନ୍ତ କରି ପରିବାରକୁ ନ୍ୟାୟ ଦିଆଯାଉ ବୋଲି ପରିବାର ଲୋକମାନେ ନିବେଦନ କରିଛନ୍ତି । ପୋଲିସ ନିରପେକ୍ଷ ତଦନ୍ତ କରି ଦୋଷୀ ଙ୍କୁ ଗିରଫ କରାଯାଉ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.