AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ:୨୪ ଘଣ୍ଟାରେ ଦୁଇ ଦୁଇ ଥର ଚଢାଉ, ଦେଢ଼ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||
  • ଝାରସୁଗୁଡା: ନବଦାସ ହତ୍ୟା ଘଟଣା, ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଟେଷ୍ଟ
  • ||
  • ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ଆଇଟିଆଇ କଲେଜରେ ଛାତ୍ରଙ୍କୁ ରାଗିଂ ! ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

10/09/2022 at 8:20 AM

ଭଦ୍ରକ ୧୦।୦୯ : ଛାତ୍ରଙ୍କୁ ରାଗିଂ ଅଭିଯୋଗ। ରାଗିଂରେ କଥା ସହିନପାରି ଆତ୍ମହତ୍ୟା ଊଦ୍ୟମ। ବିଷ ପିଇ ଗୁରୁତର ଅଵସ୍ଥାରେ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର । ଅଵସ୍ଥାରେ ସୁଧାର ନହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡି଼ ବଜାରରେ ଥିବା ପୂର୍ଣ୍ଣଚନ୍ଦ୍ର ଆଇଟିଆଇ କଲେଜରେ ଘଟିଛି ଏହି ଅଘଟଣ ।

ଖବର ଅନୁଯାୟୀ, ଭଦ୍ରକରେ ଆଇଟିଆଇ କଲେଜ ଛାତ୍ରଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ। ରାଗିଂ ସହିନପାରି ଛାତ୍ର ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କୁ ଗୁରୁତର ଅଵସ୍ଥାରେ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅଵସ୍ଥାରେ ସୁଧାର ନହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ତିହିଡି଼ ବଜାରରେ ଥିବା ଏକ ଘରୋଇ ଆଇଟିଆଇ କଲେଜରେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । କଲେଜରୁ ଘରକୁ ଫେରିବା ପରେ ସେ ବିଷ ପିଇ ଦେଇଥିଲେ। ଘରେ ଅଚେତ ହୋଇ ପଡିବା ସହ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ । ବିଷ ପାଇଥିବା ଛାତ୍ର ଜଣକ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗରେ ପଢନ୍ତି । ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ପରେ କଲେଜରେ ରାଗିଂ ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

   Related Posts