ହତ୍ୟା ନା ଆତ୍ମହତ୍ୟା, ଜାମୁ ଗଛରୁ ମିଳିଲା ଝୁଲନ୍ତା ମୃତଦେହ

Published By : Prameya-News7 Bureau | May 20, 2022 IST

ବରଗଡ଼ ୨୦।୦୫ : ବରଗଡ଼ ଜିଲ୍ଲା ଖେଦାପାଲି ରାସ୍ତା କଡ଼ ଜାମୁ ଗଛରୁ ଝୁଲନ୍ତା ମୃତଦେହ ଠାବ । ମୃତ ବ୍ୟକ୍ତି ଜଣକ ହେଲେ ବରଗଡ କଟାପାଲି ଗାଁ ର ରାମ ପ୍ରସାଦ ବେହେରା, ବୟସ ୪୫ ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  ରାମ ପ୍ରସାଦ ଗୁରୁବାର ଠାରୁ ନିଖୋଜ ଥିବା ବେଳେ ସେନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । କିନ୍ତୁ ଆଜି ତାଙ୍କର ଝୁଲନ୍ତା ଅବସ୍ଥା ରେ ମୃତ ଶରୀର ଦେଖିବାକୁ ମିଳିଛି । ତେବେ ଝୁଲନ୍ତା ମୃତ ବ୍ୟକ୍ତିଙ୍କୁ ଦେଖି ଗାଁ ଲୋକେ ଟାଉନ ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ତାହା ଆତ୍ମହତ୍ୟା ନା ହତ୍ୟା ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନାହିଁ । ଏନେଇ ଟାଉନ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.