ବେକରେ ଲୁଗା ଲଗାଇ ଝୁଲିପଡିଲେ ଅଜିତ୍, କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 16, 2022 IST

ମାହାଙ୍ଗା ୧୬/୦୭: ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନ ଇଟାମୁଣ୍ଡଳି ଗ୍ରାମରେ ମହେଶ୍ୱର ସାହୁଙ୍କ ପୁଅ ଅଜିତ୍ କୁମାର ସାହୁଙ୍କ ଆତ୍ମହତ୍ୟା । ଘରେ କେହି ନଥିବା ସମୟରେ ନିଜ ବେକରେ ଲୁଗା ଧଡି ଲଗେଇ ଆତ୍ମହତ୍ୟା କରିଛନ୍ତି ।

ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ଥିବାବେଳେ ସୂଚନା ଅନୁସାରେ ଅଜିତ୍ ପୂର୍ବରୁ ତା ବୋଉଙ୍କ ସହ କଟକରେ ରହୁଥିଲେ । ଏଇ ତିନିରୁ ଚାରି ମାସ ହେବ ଅଜିତ୍ ନିଜ ଘରେ ତଥା ଇଟାମୁଣ୍ଡଳିରେ ଆସି ନିଜ ବାପା ଓ ଜେଜେମା ଜେଜେ ବାପାଙ୍କ ନିକଟରେ ରହୁଥିଲା ।

ଜେଜେମାଙ୍କ କହିବା କଥା କି ଅଜିତ ସବୁବେଳେ ନିଶାଶକ୍ତ ଅବସ୍ଥାରେ ରୁହେ । କିନ୍ତୁ ଏମିତି କାହିଁକି ସେ ଆତ୍ମହତ୍ୟା କରିଲା କେହି ଜାଣିନାହାଁନ୍ତି । ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ କରିବା ଲାଗି କଟକ ବଡ଼ ମେଡିକାଲ ପଠାଇବା ସହ ଗ୍ରାମବାସୀଙ୍କ ବୟାନ ରେକର୍ଡ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.