ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପ୍ରେମିକର ପ୍ରତାରଣା ସହି ପାରିଲାନି ପ୍ରେମିକା, ଭଡ଼ାଘରୁ ମିଳିଲା ଝୁଲନ୍ତା ମୃତଦେହ

4/07/2022 at 11:07 PM

ଢେଙ୍କାନାଳ, ୦୪/୦୭: ଢେଙ୍କାନାଳ ସହରର କୁମ୍ଭାରସାହିରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଟାଉନ ପୋଲିସ ଉଦ୍ଧାର କରିଛି । ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି ।  ଘର କଡ଼ିରେ ବେକରେ ପ୍ଲାଷ୍ଟିକ ରସି ଲଗାଇ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବତୀ ଜଣଙ୍କ ପିଙ୍କି ପରିଡା ।

ମୃତ ଯୁବତୀଙ୍କ ଘର କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ କାରାବିରି ଗ୍ରାମରେ । ସେ ଢେଙ୍କାନାଳ ସହରର ଏକ ଡ୍ରେସ ଶୋ ରୁମରେ ସେଲସ ଓମେନ ଭାବେ କାମ କରୁଥିଲେ । କୁମ୍ଭାର ସାହିର ଏକ ଭଡା ଘରେ ତାଙ୍କ ମାଙ୍କ ସହ ରହୁଥିଲେ ଯୁବତୀ । ତେବେ ତାଙ୍କ ବାଆଁ ହାତ ପାପୁଲିରେ ତାଙ୍କ ପ୍ରେମିକର ନାମକୁ ମେହେନ୍ଦିରେ ଲେଖିଥିବା ବେଳେ ପ୍ରେମରେ ପ୍ରତାରଣା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । 

   Related Posts