୫୭ ଲକ୍ଷ ନେଇ ATM ଭ୍ୟାନ୍‌ ଡ୍ରାଇଭର୍‌ ଫେରାର୍‌, ଜଙ୍ଗଲରୁ ମିଳିଲା ଖାଲି ଭ୍ୟାନ୍‌

Published By : Prameya-News7 Bureau | July 06, 2022 IST

ନୂଆପଡା, ୦୬/୦୭: ATMରେ ଟଙ୍କା ଭରିବା ପାଇଁ ଯାଉଥିବା ଗାଡିକୁ ନେଇ ଅସ୍ଥାୟୀ ଡ୍ରାଇଭର ଫେରାର । ଗାଡିରେ ୫୭ ଲକ୍ଷ ଟଙ୍କା ନେଇ ବୋଡେନ, ସିନାପାଲି ଅଞ୍ଚଳର ବିଭିନ୍ନ ATMରେ ଭରିବାର ଥିବା ବେଳେ ଗାଡିକୁ ନେଇ ଡାଇଭର ଛୁ ମାରିଛି । ସିକ୍ୟୁରିଟି ଗାର୍ଡ ଏବଂ CMS କର୍ମଚାରୀଙ୍କ ଅବହେଳାରୁ ଘଟିଛି ଏଭଳି ଘଟଣା । ବ୍ୟାଙ୍କରୁ ଟଙ୍କା ଆଣି ଭ୍ୟାନରେ ରଖିବା ପରେ ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଦୁଇ କର୍ମଚାରୀଙ୍କୁ ନ ନେଇ ଡ୍ରାଇଭର ଭ୍ୟାନ ନେଇ ଫେରାର ମାରିଥିଲା । ନୂଆପଡା-ବଲାଙ୍ଗୀର ସିମାନ୍ତ ଭଲିଆ ସିକୁଆଁ ପାଖ ଭରୁଆକାନୀ ଜଙ୍ଗଲରୁ ଗାଡିକୁ ଉଦ୍ଧାର କରାଯାଇଛି । ଟଙ୍କାକୁ ନେଇ ଅସ୍ଥାୟୀ ଡ୍ରାଇଭର ଫେରାର ମାରିଥିବା ସୂଚନା ମିଳୁଛି । ଘଟଣା ସ୍ଥଳରେ ଖରିଆର ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.